ଟାଟା ମ୍ୟାଜିକ୍ ସହ କାର୍ ମୁହାଁମୁହିଁ ଧକ୍କା ; ୬ ଗୁରୁତର ଆହତ

0
593

ଭଞ୍ଜନଗର(ନିଲୁ ବିଷୋୟୀ ) ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଭେଜିପୁଟ କୁକୁଡ଼ା ଫାର୍ମ ନିକଟରେ ଆଜି ମଧ୍ୟାହ୍ନ ସମୟରେ ଏକ କାର୍ ସହ ଟାଟା ମ୍ୟାଜିକ୍ ର ମୁହାମୁହିଁ ଧକ୍କା ହେବା ଫଳରେ ୪ ଜଣ ମହିଳାଙ୍କ ସମେତ ମୋଟ ୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଆହତ ମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ଭଞ୍ଜନଗର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ସେଠାରୁ ଉଦ୍ଧାର କରିବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here