ବ୍ରହ୍ମପୁର ଗାନ୍ଧିନଗର ଛକରେ ରେ ଗୋଷ୍ଠୀ ସଂଘର୍ଷ, ୯ ଗିରଫ, ୪ ଆହତ

0
827

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ସାମାନ୍ୟ କଥାକୁ କେନ୍ଦ୍ରକରି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗାନ୍ଧିନଗର ଛକରେ ଦୁଇ ଗୋଷ୍ଠୀଙ୍କ ଭିତରେ ଗଣ୍ଡଗୋଳ ହୋଇଛି । ଗାନ୍ଧି ନଗର ଛକରେ ପରିଶ୍ରା କରିବାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ଓ ଗୋଟିଏ ଗୋଷ୍ଠୀର ୪ ଜଣ ଆହତ ହୋଇଛନ୍ତି । ଭିଡିଓ ଭାଇରାଲ ହେବା ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ୍ କରିଛି । ଟାଉନଥାନା ଏସଆଇ ଶ୍ରୀ ସୂର୍ଯ୍ୟ ଚନ୍ଦ୍ର ପାଢୀ ଏ ବାବଦରେ ୪ ଜଣ ଅଭିଯୁକ୍ତ ଫାଇଦ ଖାନ୍ ,ଏସ୍ କେ ଇବ୍ରାହିମ୍ , ଏସ୍ କେ ସାକିର ଓ ନୀଳମାଧବ ପାତ୍ରଙ୍କୁ ଗୋଟିଏ ମାମଲାରେ ଗିରଫ୍ କରିଥିବା ସହ ଆଉ ୫ ଜଣ ନାବାଳକଙ୍କୁ ମଧ୍ୟ ଧରିଛି । ଅତିରିକ୍ତ ଶ୍ରୀ ଏସ୍ପି ପ୍ରଶାନ୍ତ କୁମାର ମିଶ୍ରଙ୍କ ସୂଚନା ଅନୁଯାୟୀ ଆଉ ଏକ ମାମଲାରେ ଅନ୍ୟ ଗୋଷ୍ଠୀର ଜେମସ୍ ସ୍ୱାଇଁ , ଦେବାଶିଷ ପଟ୍ଟନାୟକ,ବି.ରାକେଶ ପାତ୍ର ଓ ଅକ୍ଷୟ କୁମାର ପଣ୍ଡାଙ୍କୁ ପୋଲିସ୍ ଗିରଫ୍ କରି କୋର୍ଟ ଚାଲାଣ କରିଛି। ଏନେଇ ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି

LEAVE A REPLY

Please enter your comment!
Please enter your name here