ଫେସବୁକରେ ନିଜ ପ୍ରଥମ ସ୍ତ୍ରୀର ଅଶ୍ଲୀଳ ଫଟୋ ଭାଇରାଲ କରି;ଶିକ୍ଷକ ସ୍ୱାମୀ ଗିରଫ

0
668

ଗଜପତି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଫେସବୁକରେ ଫେକ୍ ଏକାଉଣ୍ଟ ଖୋଲି ଜଣେ ମହିଳାଙ୍କୁ ଅଶ୍ଳୀଳ ଫୋଟ ପଠେଇବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣକୁ ଗିରଫ କରିଛି । ଏନେଇ ପୋଲିସ ୧୫୦/୧୯ ଏକ ମକଦ୍ଦମା ରୁଜୁ କରି ତଦନ୍ତ କରିଛନ୍ତି । ପୋଲିସ ତଦନ୍ତରୁ ଜଣାପଡିଛି ଅଭିଯୁକ୍ତ ଜଣକ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳର ପୋଲରୁ ଗ୍ରାମର ଜି. ଶତିସ୍ (୨୭ ବର୍ଷ) ଓ ସେ ଗଜପତି ଜିଲ୍ଲାର ପତ୍ତଡା ଗ୍ରାମର ସ୍କୁଲରେ ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି । ସ୍ତ୍ରୀର ବିଭିନ୍ନ ଅନ୍ତରଙ୍ଗ ମୁହୂର୍ତ୍ତର ଆପତ୍ତିଜନକ ଓ ଅଶ୍ଲିଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିବା ସହ ନିଜ ସ୍ତ୍ରୀଙ୍କ ପାଖକୁ ପଠାଉ ଥିଲା ଅଭିଯୁକ୍ତ। ଫେସବୁକରେ ନିଜର ଅଶ୍ଳୀଳ ଫଟୋକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସ୍ତ୍ରୀ । ପରେ ପୋଲିସରେ ଅଭିଯୋଗ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରାଇଛନ୍ତି। ଆଶ୍ଚର୍ଯ୍ୟକର କଥା ହେଉଛି ଅଭିଯୁକ୍ତ ପେସାରେ ଜଣେ ଶିକ୍ଷକ, ଯିଏ ଅନ୍ୟମାନଙ୍କୁ ଭଲ କଥା ଶିଖାଇବା ସହ ପଥ ଭ୍ରଷ୍ଟରୁ ବଞ୍ଚାଏ ସେ ଆଜି ନିଜେ ପଥଭ୍ରଷ୍ଟ ହୋଇଛି । କିଛି ବର୍ଷ ତଳେ ସତୀଶଙ୍କର ବିବାହ ହୋଇଥିଲା ଓ ପତ୍ନୀଙ୍କ ସହ ନ ପଡିବା କାରଣରୁ ଛାଡପତ୍ର ଦେଇ ଅଲଗା ହୋଇଥିଲେ । ପରେ ସତୀଶ ଅନ୍ୟ ଜଣଙ୍କୁ ବିବାହ କରି ସଂସାର ଗଢିଥିଲା। କିନ୍ତୁ ମୁଣ୍ଡରେ ଜୁଟିଥିଲା ଶଇତାନୀ ବୁଦ୍ଧି । ପ୍ରଥମ ପତ୍ନୀକୁ କିପରି ଅସୁବିଧାରେ ପକାଇବ ସେଥିପାଇଁ ଚକ୍ରାନ୍ତ କରୁଥିଲା ଓ ଫେସବୁକରେ ଏକ ଫେକ ଆକାଉଣ୍ଟ ଖୋଲି ସେଥିରେ ପ୍ରଥମ ପତ୍ନୀଙ୍କ ସହ ପୂର୍ବରୁ ଉଠାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସବୁକୁ ପୋଷ୍ଟ କରି ଚାଲିଥିଲା।

LEAVE A REPLY

Please enter your comment!
Please enter your name here