ଗଞ୍ଜେଇ ଯାଞ୍ଚ ବେଳେ ୩୩ ଲକ୍ଷ ୭୬ ହଜାର ଟଙ୍କା ଉଦ୍ଧାର

0
276

ବ୍ରହ୍ମପୁର:ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ବାଇପାସ୍ ନିକଟରେ ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଗାଡିକୁ ଅଟକାଇ
ଗଞ୍ଜେଇ ଗାଡ଼ି ଯାଞ୍ଚ କରୁଥିବା ବେଳେ ପୁଳା ପୁଳା ଟଙ୍କା ମିଳିଥିଲା । ଉକ୍ତ ଟଙ୍କାଙ୍କୁ ଅବକାରୀ ବିଭାଗ ବୈଦ୍ୟନାଥପୁର ଥାନା ପୁଲିସକୁ ହସ୍ତାନ୍ତର କରିଛି । ଆଜି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ଅବକାରୀ ଗୁଇନ୍ଦା ବିଭାଗ । ସେହିକ୍ରମେ ଆଜି ପୂର୍ବାହ୍ନ ସମୟରେ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଲାଞ୍ଜିପଲ୍ଳୀ ବାଇପାସ୍ ନିକଟରେ ଗାଡ଼ି ଯାଞ୍ଚ କରୁଥିବା ସମୟରେ ଗୋଟିଏ ବସର ପଛ ସିଟରେ ବସଥିବା ଜଣେ ବ୍ୟକ୍ତିଙ୍କ ନିକଟରୁ ୩୩ ଲକ୍ଷ ୭୬ହଜାର ଟଙ୍କା ୫୦୦ଟଙ୍କା ଜବତ କରାଯାଇଛି ।ତେବେ ଏତେ ଟଙ୍କା ସେ କେଉଁଠାରୁ ଆଣିଲେ ସେ ନେଇ ତାଙ୍କୁ ଥାନାରେ ଅଟକ ରଖି ବୈଦ୍ୟନାଥପୁର ପୁଲିସ ତଦନ୍ତ ଜାରି ରଖିଛି । ଥାନାରେ ଅଟକ ଥିବା ବ୍ୟକ୍ତି ଜଣକ ପଶ୍ଚିମବଙ୍ଗର ଦାଶପୁର ଅଞ୍ଚଳର ହରିପଦ ସାହା ବୋଲି ପୋଲିସ ଠାରୁ ସୂଚନା ମିଳିଛି। ସୂଚନା ପ୍ରକାରେ ଜାଣିବାକୁ ମିଳିଛି ଯେ,ଅବକାରୀ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ହୃଦୟାଚନ୍ଦ୍ର ସାମନ୍ତ ଏବଂ ତାଙ୍କ ଟିମ୍ ଲାଞ୍ଜିପଲ୍ଲୀ ବାଇପାସ ନିକଟରେ ଯାଞ୍ଚ ବେଳେ ବିଣାପାଣି ବସର ପଛ ସିଟରେ ବସିଥିବା ହରିପଦ ନାମକ ଜଣେ ବ୍ୟକ୍ତି ଅବକାରୀ ବିଭାଗର ଟିମକୁ ଦେଖି ଭୟଭୀତ ହୋଇଯାଇଥିଲା । ଯାହାଫଳରେ ଅବକାରୀ ଉକ୍ତ ବ୍ୟକ୍ତିଙ୍କ ଉପରେ ସନ୍ଧେହ କରିଥିଲା ।ପରେ ସେ ଧରିଥିବା ବ୍ୟାଗରୁ ୫ଶହ ଟଙ୍କିଆ ବଣ୍ଡଲ ଗୁଡିକ ଭର୍ତି ଥିବା ଦେଖି ଅବକାରୀ ବିଭାଗ ଛାନିଆ ହୋଇଯାଇଥିଲା ।ପରେ ଏହି ଘଟଣା ସମ୍ପର୍କରେ ବୈଦ୍ୟନାଥପୁର ଥାନା ପୁଲିସକୁ ଖବର ଦେଇଥିଲେ ।ବୈଦ୍ୟନାଥ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଟଙ୍କା ଜବତ କରିବା ସହ ଉକ୍ତ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି ।ଉକ୍ତ ଟଙ୍କା ଗଣିବା ପରେ ସେଥିରେ ୩୩ ଲକ୍ଷ ୭୫ହଜାର ୫୦୦ଟଙ୍କା ଥିବା ଜଣାପଡିଥିଲ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here