ଜୁଆ ଆଡ୍ଡା ଉପରେ ଚଢ଼ାଉ: ୭ ଗିରଫ

0
238

ବେଲଗୁଣ୍ଠା:ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡା ଓ ବାଘୁଆପଲ୍ଲୀର ଦୁଇଟି ଜୁଆ ଆଡ୍ଡା ଉପରେ ଗାଙ୍ଗପୁର ପୋଲିସ ଚଢ଼ାଉ କରି ୭ ଜଣଙ୍କୁ ଗିରଫ କରିବା ସହ ନଗଦ ୨୭୦୦୦ଟଙ୍କା,୩ ମୋବାଇଲ ଓ ଗୋଟିଏ ମୋଟରସାଇକଲ୍ ଜବତ କରିଥିବା ଜଣାପଡିଛି ।ପୋଲିସ ସୁତ୍ରରୁ ଜଣା ପଡିଛି ଯେ,ପାଇଲିପଡା ଗ୍ରାମ ନିକଟ ଏକ ତୋଟାରେ ଜୁଆ ଖେଳ ଚାଲିଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ଥାନାଧିକାରୀ ଧିରେଶ କୁମାର ଦାସଙ୍କ ନେତୃତ୍ୱରେ ଜୁଆ ଖେଲ ଉପରେ ଚଢ଼ାଉ କରାଯାଇଥିଲା ।ଚଢ଼ାଉ ବେଳେ ୪ ଜଣଙ୍କୁ ଗିରଫ କରିବା ସହ ୧୬୫୦୦ଟଙ୍କା,ଗୋଟିଏ ମୋବାଇଲ ଓ ଗୋଟିଏ ହିରୋହେଣ୍ଡା ମୋଟର ସାଇକଲ୍ ଜବତ କରି ୨୪୯/୨୧ରେ ଏକ ମାମଲା ରୁଜ୍ଜୁ କରିଥିବା ଜଣାପଡିଛି ।ସେହିପରି ବାଘୁଆପଲ୍ଲୀ ଗ୍ରାମର ଏକ ମନ୍ଦିର ପଛପଟେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ସେଠାରେ ଚଢ଼ାଉ କରିଥିଲା ।ଚଢ଼ାଉ ବେଳେ ପୋଲିସ ସେଠାରୁ ୩ ଜଣଙ୍କୁ ଗିରଫ କରିବା ସହ ୧୦୫୭୦ଟଙ୍କା,ଦୁଇଟି ମୋବାଇଲ ଓ ତାସ୍ ଜବତ କରି ୨୫୧/୨୧ରେ ଆଉ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି ।ବର୍ତ୍ତମାନ କରୋନା ପାଇଁ ଚାଲିଥିବା ଲକ୍ ଡାଉନ୍ ପାଇଁ ବିଭିନ୍ନ ଗ୍ରାମରେ ଯୁବକ ମାନେ ଜୁଆ ଖେଳୁଥିବା ନଜିର ରହିଛି ।ଜୁଆଡି ମାନଙ ଉପରେ ନଜର ରଖାଯାଇଥିବା ଥାନାଧିକାରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି ।

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here