କାରମେଲ ସିନିୟର ସେକେଣଣ୍ଡେରି ସ୍କୁଲ ଛାତ୍ର ବିଷ୍ଣୁ ପ୍ରସାଦ ଆଇସିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଓଡ଼ିଶା ଟପର୍

0
189

ଛତ୍ରପୁର: ଛତ୍ରପୁର ର କାରମେଲ ସିନିୟର ସେକେଣଣ୍ଡେରି ସ୍କୁଲ ଛାତ୍ର ବିଷ୍ଣୁ ପ୍ରସାଦ ଶତପଥୀ, ଚଳିତ ଆଇସିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ 99.4% ମାର୍କ ରଖି ଓଡ଼ିଶା ଟପର୍ ହୋଇଛନ୍ତି l ସେ ଜଣେ ମେଧାବୀ ଛାତ୍ର ସହ ସ୍କୁଲର ପ୍ରତିଟି କାର୍ଯ୍ୟକ୍ରମରେ ଏବଂ ଜିଲ୍ଲା ସ୍ଥରୀୟ ପ୍ରବନ୍ଧ ପ୍ରତିଯୋଗିତା ନିଜର ଦକ୍ଷତା ପ୍ରତିପାଦନ କରି ସମସ୍ତଙ୍କ ପ୍ରିୟପାତ୍ର ହୋଇପାଇଛନ୍ତି l ବିଷ୍ଣୁ ପ୍ରସାଦ ଶତପଥୀ ଛତ୍ରପୁର ବିଇଓ ଅଫିସର ବରିଷ୍ଠ କିରାଣୀ ତଥା ପାତ୍ରସହି ର ଦୁର୍ଗାପ୍ରସାଦ ଶତପଥୀ ଓ ରଶ୍ମୀରଂଜନୀ ଶତପଥୀଙ୍କ ସୁପୁତ୍ର ଏବଂ ପ୍ରଶାନ୍ତ କୁମାର ଶତପଥୀ ଓ ଉଷାରାଣୀ ଷଢଙ୍ଗୀଙ୍କ ପୁତୁରା ଅଟନ୍ତି l ଏହି ଶ୍ରେୟ ପାଇଁ ସେ ସ୍କୁଲର ପ୍ରିନସିପାଲ, ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ, ଦୁଇ ଭଉଣୀ, ପିଉସା, ପିଉସୀ, ମଉସା, ମାଉସୀ, ମାମୁଁ , ମାଇଁ ଓ ଆଈଙ୍କୁ ଧନ୍ୟବାଦ ଦେଇଛନ୍ତି l ସେ ଆଗାମୀ ଦିନ ରେ ଆଇଆଇଟି ପାଠ ପଢିବାକୁ ଲକ୍ଷ୍ୟ ରଖିଛନ୍ତି

LEAVE A REPLY

Please enter your comment!
Please enter your name here