ବିନା ଭକ୍ତରେ ମାଁ ସିଂହାସନୀଙ୍କ ପୀଠରେ ରଜପର୍ବ

0
253

ପୋଲସରା: ପୋଲସରା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ମା’ ସିଂହାସନୀଙ୍କ ପୀଠରେ ସରକାରଙ୍କ କୋଭିଡ ଆଇନ ଯୋଗୁଁ ପାରମ୍ପରିକ ରଜପର୍ବକୁ ପ୍ରଶାସନ ଓ ପରିଚାଳନା କମିଟି ଦ୍ୱାରା ବନ୍ଦ କରାଯାଇଅଛି। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମାନ ରୀତିନୀତି ଅନୁସାରେ ପ୍ରଶାସନର କଡା ବ୍ୟବସ୍ଥା ମଧ୍ୟରେ ବିନା ଭକ୍ତ ଓ ଶ୍ରଦ୍ଧାଳୁ ରେ କେବଳ ପୂଜାରୀମାନଙ୍କ ଦ୍ୱାରା ରଜପର୍ବ ପୂଜା ଉତ୍ସବ ଅନୁଷ୍ଠିତ ହୋଇଛି। ଏନେଇ ମାଁ ସିଂହାସନୀ ଶକ୍ତି ପୀଠର ପବିତ୍ର ରଜପର୍ବକୁ ଆଖି ଆଗରେ ରଖି ମଙ୍ଗଳ ବାର ଦିନ ପୋଲସରା ବିଧାୟକ ତଥା ମାଁ ସିଂହାସନୀ ଉନ୍ନୟନ କମିଟିର ସଭାପତି ଶ୍ରୀକାନ୍ତ ସାହୁ, ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ବିଡ଼ିଓ ସୁରଞ୍ଜନ ସାହୁ, ତହସିଲଦାର ଦିଲ୍ଲୀପ କୁମାର ନାୟକ, ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ, ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଓ ମା ସିଂହାସିନୀ ଉନ୍ନୟନ କମିଟି ସଦସ୍ୟ ବୃନ୍ଦ ମା’ଙ୍କ ପୀଠରେ ବୈଠକ କରି ଆଲୋଚନା କରି ମନ୍ଦିର ମୁଖ୍ୟ ପ୍ରବେଶ ପଥକୁ ସଂପୂର୍ଣ୍ଣ ରୂପେ ସିଲ୍ କରା ଯାଇଥିଲା। ରଜପର୍ବରେ ପ୍ରସିଦ୍ଧ ମାଁ ସିଂହାସନୀଙ୍କ ଶକ୍ତିପୀଠ ଚଳ ଚଞ୍ଚଳ ହେଉଥିବା ବେଳେ କରୋନା କଟକଣା ଯୋଗୁଁ ବିନା ଭକ୍ତରେ ପୂଜାର୍ଚ୍ଚନା ହୋଇଥିଲା।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here