ଗଞ୍ଜାମ ଜିଲ୍ଲା ବିଜେପି ଅଧକ୍ଷଙ୍କ ମାନବିକତା

0
219

ବ୍ରହ୍ମପୁର : ପୁଣି ମାନବିକତା ଦେଖାଇଲେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ଶ୍ରଯୁକ୍ତ ବିଭୁତି ଭୁଷଣ ଜେନା । ପୂର୍ବରୁ ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ଏବଂ ଅନ୍ୟ ଜିଲ୍ଲାର ଅସହାୟ ଲୋକଙ୍କୁ ସହାୟତା ଯୋଗାଇ ଉଦ୍ଧାରଣ ପାଲଟି ଯାଇଛନ୍ତି। ଅନ୍ତର୍ଗତ ଭାବିନିପୁରୁ ଗ୍ରାମର ୩୩ ବର୍ଷୀୟ ଅମ୍ରିତ୍ ପ୍ରଧାନ ଙ୍କ ଏକମୋ ଚିକିତ୍ସା ଲାଗି ୫୦,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ଭଦ୍ରକ ଜିଲ୍ଲା ବାସୁଦେବପୁରୁ ଅଞ୍ଚଳର ନବ ବିବାହିତ ୨୮ ବର୍ଷୀୟ ଯୁବ ଇଞ୍ଜିନିୟର୍ ଅଭିଷେକ୍ ମହାପାତ୍ର ଗତ କିଛି ଦିନ ହେବ କରୋନା ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ କଳିଙ୍ଗ ହସ୍ପିଟାଲ୍ ରେ ଚିକିତ୍ସିତ ହୋଇ ଆସୁଥିଲେ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ମଧ୍ୟ ସହଯୋଗର ହାତ ବଢ଼ାଇ ଥିଲେ।ସୋମବାର ଦିନ ଗୋଳାବନ୍ଧ ଗ୍ରାମର ଏସ. ଧର୍ମରାଜୁ ଙ୍କ ପଜିଟିଭ ହୋଇ ଘରେ ଚିକିତ୍ସା ହେଉଥିଲେ।ଅକ୍ସିଜେନ ଅଭାବରୁ ଗତ ତିନି ତାରିଖ ରେ ହସ୍ପିଟାଲ ନେବା ବେଳେ ରାସ୍ତାରେ ମୁର୍ତ୍ୟୁ ବରଣ କରିଥିଲେ।ତାଙ୍କର ଦୁଇଟି ସନ୍ତାନ,ଗୋଟିଏ ପୁଅ ଓ ଗୋଟିଏ ଝିଅ ବାପା ଛେଉଣ୍ଡ ହୋଇଗଲେ ଏଣୁ ଶ୍ରୀ ଜେନା ପରିବାର ନିକଟରେ ସହାୟତା ଯୋଗାଇବା ସହ ତାଙ୍କ ପରିବାର ଙ୍କୁ ସମବେଦନା ଜଣାଇବା ସହ ପିଲାମାନଙ୍କର ପାଠ ପଢା ଦାୟିତ୍ୱ ନେଇଛନ୍ତି। କୁକୁଡ଼ାଖଣ୍ଡି ବ୍ଲକର ବୋରିଗାଁ ର କସ୍ତୁରୀ ସାହୁ ଜନ୍ମ ରୁ ଗୋଟିଏ ଆଖି ହରାଇଥିବା ବେଳେ ଅନ୍ୟ ଆଖି ଟି ମଧ୍ୟ ସଂକ୍ରମିତ ହେବାରୁ ଅପେରେସନ ପାଇଁ ଅର୍ଥ ବାଧକ ସାଜିଥିବାରୁ କସ୍ତୁରୀ ଙ୍କୁ ଭୁବନେଶ୍ୱର ଏଲଭି ପ୍ରସାଦ କତ୍ତୃପକ୍ଷ ସହିତ ଯୋଗାଯୋଗ କରି ଚିକିତ୍ସା କରିବା ପାଇଁ ଅନୁରୋଧ କରି ସହଯୋଗ ର ହାତ ବଢ଼ାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।ସେହିପରି କୁକୁଡ଼ାଖଣ୍ଡି ବ୍ଲକର ମସିହା ଖାଲି ଗ୍ରାମର ଅତ୍ୟନ୍ତ ଗରିବ ମଙ୍ଗୁଳୁ ମହାରଣା ଙ୍କର ମେରୁଦଣ୍ଡ ଅପରେସନ ପାଇଁ ଆର୍ଥିକ ସହାୟତା ପାଇଁ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାର ଶୁଣି ସହଯୋଗ କରିବା ସହିତ ଆର୍ଥିକ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ।ଏମ୍ସ କତ୍ତୃପକ୍ଷ ଙ୍କୁ କଥାବାର୍ତ୍ତା କରି ଉତ୍ତମ ଚିକିତ୍ସା ପାଇଁ ଅନୁରୋଧ କରି ସହାୟତା ହାତ ବଢ଼ାଇ ଥିଲେ। ଏଥିସହ ଶ୍ରୀଯୁକ୍ତ ଜେନା ସାରା ଜିଲ୍l ବାସୀ ତଥା ନିଜ ସମର୍ଥକ ମାନଙ୍କୁ ରାଜନୈତିକ ଉଦ୍ଦେଶ୍ୟ ନରଖି ମାନବିକତା ଦେଖାଇ ସହାୟତର ହାତ ବଢେ଼ଇବା ନିମନ୍ତେ ଅନୁରୋଧ କରିବାସହ ଚିକିତ୍ସିତ ହେଉଥିବା ଦୁଇ ଜଣ ଙ୍କର ଆସୁଆରୋଗ୍ୟ କାମନା ପୂର୍ବକ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ୧୦ନଂ ଜିଲ୍ଲା ପରିଷଦ ସଭ୍ୟ ଏଲ. ମୋହନ ଦାସ, ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଚିନ୍ମୟା ନନ୍ଦ ଦାଶ,ମଧ୍ୟ ସହାୟତା ଯୋଗାଇ ଥିଲେ।ତୁଳୁ ମଣ୍ଡଳ ସଭାପତି ବ୍ରଜ ମୋହନ ନାହାକ, ନିମଖଣ୍ଡି ମଣ୍ଡଳ ସଭାପତି ଶିବ ପ୍ରସାଦ ପାତ୍ର, ବୋରିଗାଁ ର ବାବୁଲା ସାହୁ,ନିରଞ୍ଜନ ସାହୁ,ମସିହାଖାଲି ଗ୍ରାମର ଗୌତମ ମହାରଣା, ଲିଟୁ ସାହୁ,ନରସିଂହ ସାହୁ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here