ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ର କରୋନା ସଚେତନତା କାର୍ଯ୍ୟକ୍ରମ

0
248

ବେଲଗୁଣ୍ଠା:କରୋନା ସଂକ୍ରମଣ ହାର କ୍ରମଶଃ ହ୍ରାସ ପାଉଥିଲେ ମଧ୍ୟ ସମାଜ ବର୍ତ୍ତମାନ ସୁଦ୍ଧା କରୋନା ମୁକ୍ତ ହୋଇପାରିନାହିଁ। ସମସ୍ତ ଜନସମାଜକୁ ବର୍ତ୍ତମାନ ମାସ୍କ ପିନ୍ଧିବା ଅପରିହାର୍ଯ୍ୟ ହୋଇପଡିଛି । ମାସ୍କ ଏବଂ ସାମାଜିକ ଦୁରତା ହିଁ କରୋନା କବଳରୁ ରକ୍ଷା କରିପାରିବ ବୋଲି ବାରମ୍ବାର ସଚେତନତା କରାଯାଉଛି । ଏହି ଅବସରରେ ଅଗ୍ରଣୀ ୱେବ୍ ମିଡିଆ ହାଉସ୍ ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ଓ ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ମିଳିତ ଭାବେ ଆଜି ବେଲଗୁଣ୍ଠା ଅଞ୍ଚଳରେ ମାସ୍କ ବଣ୍ଟନ କରି ସଚେତନତା କାର୍ଯ୍ୟକ୍ରମ କରିଥିଲେ । ପିପିଟି ନ୍ଯୁଜ୍ ମୁଖ୍ୟ ସମରଜିତ୍ ମହାନ୍ତିଙ୍କ ଆହ୍ୱାନ କ୍ରମେ ବେଲଗୁଣ୍ଠା ପ୍ରତିନିଧି ସୁଶାନ୍ତ କୁମାର ବେହେରାଙ୍କ ଆବାହନରେ ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ସହ-ସମ୍ପାଦକ ସରୋଜ ଶତପଥୀ, କୋଷାଧ୍ୟକ୍ଷ ବିଭୁପାଦ ଜେନା, ବାଳକୃଷ୍ଣ ପାତ୍ର ଏବଂ ସଚିନ୍ ପୁରୋହିତ ଏଥିରେ ଯୋଗ ଦେଇ ପ୍ରଥମେ ବେଲଗୁଣ୍ଠା ଥାନାରେ ଥାନାଧିକାରୀ ପ୍ରକାଶ କୁମାର ସାହୁଙ୍କୁ ସାକ୍ଷାତ କରି ମାସ୍କ ଓ ଛତା ପ୍ରଦାନ କରିଥିଲେ । ପରେ ବେଲଗୁଣ୍ଠା ନିକଟ ବଜ୍ରଗଡ ଗ୍ରାମରେ ପହଞ୍ଚି ପ୍ରତ୍ୟେକ ଘରେ ମାସ୍କ, ସାନିଟାଇଜର, ସାବୁନ ବିତରଣ କରିବା ସହିତ କରୋନା ସଂକ୍ରମଣକୁ ନେଇ ସଚେତନତା କରା ଜାଇଥୀଲା

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here