କଲେଜର ହେଡ୍ କ୍ଲର୍କ ସିମାଚ଼ଳ ପଣ୍ଡାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

0
228

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ହେଡ୍ କ୍ଲର୍କ ଶ୍ରୀଯୁକ୍ତ ସିମାଚ଼ଳ ପଣ୍ଡା (ବଡ଼ ବାବୁଙ୍କ) ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଭାରତ ସ୍କାଉଟ ଏଣ୍ଡ ଗାଇଡର ରୋଭର କଲର ପାର୍ଟି ଓ ଯୁବ ରେଡକ୍ରସ୍ ସ୍ବେଚ୍ଛାସେବୀ ମାନେ କଲେଜ ଅଧ୍ୟକ୍ଷ, ଅତିଥି , ଅଧ୍ୟାପକ ତଥା ସମସ୍ତ କର୍ମଚାରୀ ମାନଙ୍କୁ ସ୍ଵାଗତ କରି ସମ୍ବର୍ଦ୍ଧନା ସଭାକୁ ପାଛୋଟି ନେଇଥିଲେ । ଅଧ୍ୟକ୍ଷ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । କଲେଜ ଷ୍ଟାଫ୍ କାଉନସିଲର ସମ୍ପାଦକ ଅଧ୍ୟାପକ ରାଧା ମାଧବ ପ୍ରଧାନ ସ୍ବାଗତ ଭାଷଣ ଓ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । କଲେଜର ବିଭିନ୍ନ ବିଭାଗର ପ୍ରାଧ୍ୟାପକ ଲୋକନାଥ ମହାନ୍ତି, ସୁଧାଂଶୁ ରଞ୍ଜନ ଦାସ, ଡ଼ଃ ଜୟ ଦେବ ଗୌଡ଼, ମିହିର କୁମାର ଶତପଥୀ, ପ୍ରଶାନ୍ତ ରଥ, ଭାସ୍କର ଗୌଡ଼, ଅଧ୍ୟାପକ ସୁନିଲ୍ କୁମାର ମୁନି, ମହେଶ ପ୍ରସାଦ ପଟ୍ଟନାୟକ , ଡେମୋଷ୍ଟେଟର ସୁଶାନ୍ତ କୁମାର ପାତ୍ର, ଶଙ୍କରଶଣ ପାତ୍ର, ଏ ରାମମୂର୍ତ୍ତି ଦୋରା, ଖେଳ ଶିକ୍ଷକ ପଦ୍ମନାଭ ପ୍ରଧାନ, ଜୁନିଅର କ୍ଲାର୍କ ମଦନ ମାଝୀ, ସନ୍ତୋଷ କୁମାର ଦଳାଇ ଓ ଭବାନୀ ଶଙ୍କର ମାଝୀ ଆଦି ହେଡ୍ କ୍ଲାର୍କ ଶ୍ରୀଯୁକ୍ତ ସୀମାଚଳ ପଣ୍ଡାଙ୍କ ୩୩ ବର୍ଷର କଲେଜ କାର୍ଯ୍ୟକାଳକୁ ଉଛ ପ୍ରଶଂସା କରିବା ସହ ଏଭଳି ଜଣେ କାର୍ଯ୍ୟାଳୟ ପରିଚାଳକ କଲେଜ ପାଇଁ ଗର୍ବ ଓ ଗୌରବ ବୋଲି କହିଥିଲେ । ଶ୍ରୀଯୁକ୍ତ ସୀମାଚଳ ପଣ୍ଡା ନିଜର ୩୩ ବର୍ଷର କାର୍ଯ୍ୟାଳୟ ଅନୁଭୂତି ବର୍ଣ୍ଣନା କରି କଲେଜର ମାଟି ମାକୁ ସମ୍ମାନ ଦେବା ପାଇଁ ସମସ୍ତ କର୍ମଚାରୀ ମାନଙ୍କୁ ଅନୁରୋଧ କରିଥିଲେ । ପରେ ପରେ ଅଧ୍ୟାପକ ସୁନିର କାନ୍ତ ମିଶ୍ର ମାନପତ୍ର ପଠନ କରିଥିଲେ ଓ କଲେଜ ଅଧକ୍ଷ ଓ ସମସ୍ତ କର୍ମଚାରୀ ମିଶି ଉପୟାନ, ପୁଷ୍ପଗୁଚ୍ଛ, ଉପହାର ଦେଇ ଶ୍ରୀଯୁକ୍ତ ପଣ୍ଡାଙ୍କୁ ସମ୍ମାନିତ କରି ସମ୍ବର୍ଦ୍ଧନା କରିଥିଲେ । ଡି.ଇ.ଓ ସରୋଜ କୁମାର ନାୟକ, ସ୍ବେଚ୍ଛାସେବୀ ସୋଭନ ସାହୁ, ଫକୀର ମୋହନ ସେନାପତି, ଚନ୍ଦନ ସେନାପତି, ରାଜେନ୍ଦ୍ର ନାୟକ, ଖିରୋଧ ପ୍ରଧାନ ଓ କଲେଜର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ କନଭେନର ଅଧ୍ୟାପକ ସୁନିର କାନ୍ତ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here