ଶିକ୍ଷକ ସଂଘ ପକ୍ଷରୁ ସ୍ବର୍ଗତ ଶିକ୍ଷକଙ୍କ ପରିବାରକୁ ଆର୍ଥିକ ସହାୟତା

0
299

ବୁଗୁଡା: ବୁଗୁଡା ବ୍ଲକ ଅନ୍ତର୍ଗତ କରଚୁଲି ଗ୍ରାମର କାର୍ଯ୍ୟରତ ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ ଜୁନ ୧୨ ତାରିଖ ଦିନ ପରଲୋକ ଗମନ କରିଥିବା ବେଳେ ଜୁନ ୧୪ ତାରିଖ ଦିନ ବୁଗୁଡା ବ୍ଳକ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ବର୍ଗତ ନାୟକଙ୍କ ଘରକୁ ଯାଇ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସମବେଦନା ପ୍ରକାଶ କରିଛନ୍ତି। ବୁଗୁଡା ବ୍ଲକ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ସଙ୍ଘର ସଭାପତି ସୁରେନ୍ଦ୍ର ଜେନା, କାର୍ଯ୍ୟକାରୀ ସଭାପତି ପୁରୁଷୋତ୍ତମ ପ୍ରଧାନ, ଉପସଭାନେତ୍ରୀ ସୁଜ୍ଞାନି ପଟ୍ଟନାୟକ, ସମ୍ପାଦକ ମାନସ ରଞ୍ଜନ ସେଠୀ, ଯୁଗ୍ମ ସମ୍ପାଦକ ପିତାମ୍ବର ଗୌଡ଼, ସମୀକ୍ଷକ କମଳ ଲୋଚନ ପାଣିଗ୍ରାହୀ ଓ ସନ୍ତୋଷ ପାତ୍ର, ବ୍ଳକ ସଂଯୋଜକ ବାୟା ସେଠୀ, ଏବଂ ଶିକ୍ଷକ ସନ୍ତୋଷ କୁମାର ସ୍ୱାଇଁ, ଅନିଲ କୁମାର ପ୍ରଧାନ ଓ ଆଦିତ୍ୟ ପ୍ରଧାନ ପ୍ରମୁଖ ସ୍ବର୍ଗତ ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକଙ୍କ କରଚୁଲି ଗ୍ରାମସ୍ଥ ବାସଭବନକୁ ଯାଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇ ସ୍ବାନ୍ତନା ଦେବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here