ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ଦୁଇ ବନ ଅଧିକାରୀ

0
304

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ଦୁଇ ବନ ଅଧିକାରୀ । ଜଣେ ବ୍ରହ୍ମପୁର ଡିଏଫ୍‌ଓ ଜୁନିୟର ଆକାଉଣ୍ଟାଣ୍ଟ ସୂର୍ଯ୍ୟ ନାରାୟଣ ତ୍ରିପାଠୀ,ଯାହାଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ତାଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି । ନୃସିଂହ ମନ୍ଦିର ସାହି, କମାପଲ୍ଲୀ, ଆସିଆନ୍ ଏର୍ପାଟେମେଣ୍ଟ୍ ପ୍ରମୁଖ ସ୍ଥାନରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ ।ସମ୍ପତ୍ତିର ସୂଚନା ମିଳିଛି |ଏହି ଚଢ଼ାଉରେ ସୂର୍ଯ୍ୟ ନାରାୟଣଙ୍କର ନିମ୍ନଲିଖିତ ସ୍ଥାବରଅସ୍ଥାବର ସମ୍ପତ୍ତିର ସୂଚନା ମିଳିଛି|
ସେହିପରି ଜୁନିଅର ଆକାଉଣ୍ଟାଣ୍ଟ ନବୀନ ଚନ୍ଦ୍ର ବିଷୋୟୀଙ୍କ ଘରେ ବି ଚଢ଼ାଉ ହୋଇଛି । ଚିଲିକା ୱାଇଲଡ୍ ଲାଇଫ୍ ଡିଭିଜନ୍ ବାଲୁଗାଁ ଜୁନିୟର ଏକାଉଣ୍ଟେଣ୍ଟ୍ ଥିବା ନବୀନ ଚନ୍ଦ୍ର ବିଷୋୟୀଙ୍କ ବାସଭବନ ସମେତ ୩ ଟି ସ୍ଥାନରେ ଭିଜିଲାନ୍ସର ଏକକାଳୀନ ଚଢାଉ କରିଛି । ବ୍ରହ୍ମପୁର ନୀଳାଚଳନଗର ତୃତୀୟ ଲାଇନ୍, ବାଲୁଗାଁ ସ୍ଥିତ କାର୍ଯ୍ୟାଳୟ ଏବଂ ଚିଲିକା ଫୋରେଷ୍ଟ୍ ରେଷ୍ଟ୍ ହାଉସ୍ ପ୍ରମୁଖ ସ୍ଥାନରେ ଚଢାଉ ହୋଇଛି । ଏହି ଚଢ଼ାଉରେ ନବୀନ ଚନ୍ଦ୍ରଙ୍କର ନିମ୍ନଲିଖିତ ସ୍ଥାବରଅସ୍ଥାବର ସମ୍ପତ୍ତିର ସୂଚନା ମିଳିଛି ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପି ଶ୍ରୀ ଅନିଲ ପାତ୍ର ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here