ନାବାଳିକାଙ୍କୁ ଧର୍ଷଣ ଅଭିଯୋଗରେ ଯୁବକ ଗିରଫ

0
372

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା)କୋଦଳା ଥାନା, ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ବଡ ଖଇରୀଖମା ପଞ୍ଚାୟତର ସୁଜନ ଦାସକୁ ଧର୍ଷଣ ଅଭିଯୋଗରେ ପୋଲିସ ଗିରଫ କରିଛି | ସୂଚନା ଅନୁଯାୟୀ ଉକ୍ତ ପଞ୍ଚାୟତରେ ରହୁଥିବା ବବି ଦାସ (ଛଦ୍ମନାମ )ଙ୍କୁ ଘରେ କେହି ନଥିବା ଅବସ୍ଥାରେ ସେହି ଗ୍ରାମର ସୁଜନ ଦାସ ଗତ 29ତାରିଖ ସନ୍ଧ୍ୟା 7 ଟା ସମୟରେ ବବି(ଛଦ୍ମନାମ)ଙ୍କ ଘର ପଛ ପଟେ ଥିବା ଲାଟିନକୁ ବଳ ପୂର୍ବକ ଟେକି ନେଇ ଧର୍ଷଣ କରିଥିଲା |30 ତାରିଖ ଦିନ ଏ ନେଇ ଝିଅ ଘର ପକ୍ଷରୁ ବେଗୁନିଆପଡା ଫାଣ୍ଡି ରେ ଲିଖିତ ଅଭିଯୋଗ ପରେ ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଘଟଣା ସ୍ଥଳକୁ ଯାଇ ସୁଜନ ଦାସ କୁ ଗିରଫ କରିବା ସହ କେଶ ନଂ 443/2020 ରେ ମାମଲା ୠଜୁକରି ବଲାତ୍କାରୀ ଅଭିଯୁକ୍ତ ସୁଜନ ଦାସ କୁ ଦଫା 363,342,376(3)(i) ଆଇ ପି ସି 4ପୋସ୍କୋ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି |

LEAVE A REPLY

Please enter your comment!
Please enter your name here