ବାରହା ଆକ୍ରମଣରେ ଗୋଟିଏ ପରିବାରର ତିନି ଗୁରୁତର

0
358

ବେଲଗୁଣ୍ଠା(ଶିବରାମ ଚୌଧୁରୀ) ସଉଦା କିଣି ଏକ ମୋଟରସାଇକେଲ୍ ରେ ଗୋଟିଏ ପରିବାରର ତିନି ଜଣ ନିଜ ଗ୍ରାମକୁ ଫେରୁଥିବା ବେଳେ ଶୁକ୍ରବାର ସନ୍ଧ୍ୟା 7 ଘଣ୍ଟା 30 ମିନିଟ୍ ସମୟରେ ବାରହା ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି I ପ୍ରଥମେ ଗୋବରା ଓ ପରେ ଭଞ୍ଜନଗର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି I ଖବରରୁ ଜଣା ପଡିଛି କୁଲାଙ୍ଗୀ ଗ୍ରାମର ଯୁଗଳ ନାଇକ, ପାଣ୍ଡି ନାଇକ ଓ ଚାନ୍ଦିନୀ ନାଇକ ଏକ ମୋଟରସାଇକେଲ୍ ରେ ଗୋବରା ଆସି ସଉଦା କିଣି ନିଜ ଗ୍ରାମ କୁଲାଙ୍ଗୀ ଫେରୁଥିଲେ I ବୁଢାକେନ୍ଦୁ ଜଙ୍ଗଲ ଦେଇ ଯାଉଥିବା ବେଳେ ତିନୋଟି ବାରହା ସେମାନଙ୍କୁ ଆକ୍ରମଣ କରିଥିଲେ I ଏହି ରାସ୍ତା ଦେଇ ଯାଉଥିବା କିଛି ଲୋକ ସେମାନଙ୍କୁ ଉଦ୍ଧାର କରି ଗୋବରା ମେଡିକାଲ ରେ ଭର୍ତ୍ତି କରିଥିଲେ I ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ସେଠାରୁ ତାଙ୍କୁ ଭଞ୍ଜନଗର ମେଡିକାଲକୁ ପଠାଇଦେଇଥିଲେ I

LEAVE A REPLY

Please enter your comment!
Please enter your name here