ସ୍ବର୍ଗତ ବିଜେଡି ନଗର ସଭାପତିଙ୍କ ପରିବାରକୁ ସମବେଦନା ଜଣାଇଲେ ସାଂସଦ ଓ ବିଧାୟକ

0
267

ବୁଗୁଡା:ବୁଗୁଡ଼ା ନଗର ବିଜେଡି ସଭାପତି ସଭାପତି ରାଜେନ୍ଦ୍ର କୁମାର ପାଢ଼ୀ (ମୁନା) ଗତ ଜୁନ ୧୦ ତାରିଖ ଦିନ ବ୍ରହ୍ମପୁର କୋଭିଡ ହସପିଟାଲରେ ଦେହାନ୍ତ ହୋଇଥିବା ବେଳେ ସାରା ଗଞ୍ଜାମ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଗତକାଲି ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ଏକ ବୈଠକ ଜିଲ୍ଲା ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ସ୍ବର୍ଗତ ରାଜେନ୍ଦ୍ର କୁମାର ପାଢ଼ୀଙ୍କ ଆତ୍ମାର ସଦଗତି କାମନାକରି ନିରବ ପ୍ରାର୍ଥନା କରାଯାଇ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ଏହି ଶୋକସଭାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ରାଜ୍ୟ ସମ୍ପାଦକ ସୁବାସ ଚନ୍ଦ୍ର ମହାରଣାଙ୍କ ସମେତ ବହୁ ବରିଷ୍ଠ ବିଜେଡି ନେତା ଯୋଗଦେଇଥିଲେ। ଆଜି ଜୁନ ୧୨ ତାରିଖ ଦିନ ଆସିକା ସାଂସଦ ପ୍ରମିଳା ବିଷୋୟୀ ଏବଂ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଓ ବହୁ ଦଳୀୟ କର୍ମକର୍ତ୍ତା ସ୍ବର୍ଗତ ରାଜେନ୍ଦ୍ର ପାଢ଼ୀଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଆଶ୍ୱାସନା ଦେବାସହ ସମବେଦନା ଜଣାଇଥିଲେ। ମୁନାଙ୍କ ଦେହାନ୍ତ ବିଜେଡି ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ବିଧାୟକ ଶ୍ରୀ ସାହୁ ପ୍ରକାଶ କରିବା ସହ ଆତ୍ମାର ସଦଗତି କାମନା କରିଥିଲେ। ସେହିପରି ବୁଗୁଡା ନଗର ବିଜେପି ସଭାପତି ସୂର୍ଯ୍ୟ ନାରାୟଣ ମହାନ୍ତି ମୁନାଙ୍କ ଅକାଳ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here