ଗରିବଙ୍କୁ ରନ୍ଧାଖାଦ୍ୟ ପରଷିଲେ ସାଂସଦ ଓ ବିଧାୟକ

0
292

ବୁଗୁଡା:ପୋଲସରା ବିଧାୟକ ତଥା ଗଂଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ନିର୍ଦ୍ଦେଶ ଓ ପ୍ରୋତ୍ସାହନରେ ଗତ ମଇ ୨୧ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ୨୩ ଦିନ ହେଲା ଗରିବ, ଶ୍ରୀମିକ ଓ ଅସାହାୟ ମାନଙ୍କୁ ପୋଲସରା ବସଷ୍ଟାଣ୍ଡ ଓ ବୁଗୁଡା ମଦନ ମୋହନ ଛକ ନିକଟରେ ରନ୍ଧାଖାଦ୍ୟ ମାଗଣା ବଣ୍ଟନ ହୋଇ ଆସୁଅଛି। ଯେତେଦିନ ପର୍ଯ୍ୟନ୍ତ ସରକାର ଲକ ଡାଉନ ଓ ସଟ ଡାଉନ ଘୋଷଣା କରିବେ ସେତେଦିନ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ମାଗଣା ରନ୍ଧାଖାଦ୍ୟ ବଣ୍ଟନ କରାଯିବ ବୋଲି ବିଧାୟକ ଶ୍ରୀ ସାହୁ ପ୍ରକାଶ କରିଥିଲେ। ବିଧାୟକଙ୍କ ବକ୍ତବ୍ୟ ପ୍ରକାରେ ୨୩ ଦିନ ହେଲା ଗରିବ ଲୋକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ ହେଉଥିବା ବେଳେ ଆଜି ଅର୍ଥାତ ଜୁନ ୧୨ ତାରିଖ ଦିନ ଆସିକା ଲୋକସଭା ସଦସ୍ୟା ପ୍ରମିଳା ବିଷୋୟୀ ଓ ପୋଲସରା ବିଧାନସଭା ସଦସ୍ୟ ଶ୍ରୀକାନ୍ତ ସାହୁ ଉଭୟେ ବୁଗୁଡ଼ାରେ ଗରିବ ଓ ଶ୍ରମିକ ମାନଙ୍କୁ ରନ୍ଧାଖାଦ୍ୟ ପରଷିବା ଦେଖଗିବାକୁ ମିଳିଥିଲା। ସାଂସଦ ଶ୍ରୀମତୀ ବିଷୋୟୀ, ବିଧାୟକ ଶ୍ରୀ ସାହୁଙ୍କ ଦ୍ୱାରା ଆୟୋଜିତ ରନ୍ଧାଖାଦ୍ୟ ବ୍ୟବସ୍ଥାକୁ ଉଚ୍ଚ ପ୍ରଶଂସା କରିଥିଲେ। ବୁଗୁଡା ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମଧ୍ୟ ବିଧାୟକଙ୍କ ପଦକ୍ଷେପକୁ ପ୍ରଶଂସା କରାଯାଇଛି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here