ଆସିକା ପୋଲିସ ଦ୍ୱାରା କାର ସହିତ ୧୦୨ କିଲୋ ଗଞ୍ଜେଇ ଜବତ ;୪ ଗିରଫ

0
293

ଆସିକା: ଆସିକା ପୋଲିସ ଙ୍କୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ଚାଲାଣ କରୁଥିବା ବେଳେ ଏକ କାର ସମେତ ୧୦୨.୮୭୦ କିଲୋଗ୍ରାମ ଗଞ୍ଜେଇ ଏବଂ ଚାରି ଅଭିଯୁକ୍ତ ଙ୍କୁ ଗିରଫ କରିଛି ଆସିକା ପୋଲିସ।ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଲୁହୁଡି ଗ୍ରାମର ନିତ୍ୟାନନ୍ଦ ବେହେରା ,ବରଗାଁ ଗ୍ରାମର ସୁନିଲ ନାହକ, ଜୟପୁର ଗ୍ରାମର ଗୋପାଳ ସୁଅଂଶିଆ,ଆସିକା ସୁନାମ ସାହି ର ସୁରଜ୍|ଆଜି ମଧ୍ୟାହ୍ନ ସମୟରେ ଆସିକା ପୋଲିସ ବିଜୁପଟ୍ଟନାୟକ ଛକ ଠାରେ ଜଗି ରହି ଯାଞ୍ଚ କାର୍ଯ୍ୟ ଚାଲୁ ରଖିଥିବା ବେଳେ ନମ୍ବର ପ୍ଲେଟ୍ ବିହୀନ ଏକ ଧଳା ରଙ୍ଗର ସୁଜିକି କାର ଭଞ୍ଜନଗର ପଟୁ ଆସୁଥିବାର ଲକ୍ଷ୍ୟ କରିଥିଲେ।ଗାଡ଼ିରେ ଚାଳକ ଙ୍କ ସମେତ ଅନ୍ୟ ତିନି ଜଣ ବ୍ୟକ୍ତି ବସିଥିଲେ।ନମ୍ବର ପ୍ଲେଟ୍ ବିହୀନ ଅନ୍ୟ ଏକ ମୋଟର ସାଇକଲ ରେ ତିନି ଜଣ ଯୁବକ କାର ଗଡ଼ିଟିର ନିକରେ ନିକଟରେ ଯାଉଥିଲା।ଯାତ୍ରା ସମୟରେ ଦୁଇ ଯାନ ର ଚାଳକ ନିଜ ନିଜ ଗାଡ଼ି କୁ କଇଁଫୁଲିଆ ଛକ ଆଡ଼କୁ ବୁଲାଇ ନେଇଥିଲେ।ସେମାନଙ୍କର ଗତିବିଧିକୁ ଲକ୍ଷ୍ୟ କରିଥିଲେ ପୋଲିସ ବାହିନୀ।ହେଲେ ବାଇକ୍ ଚାଳକ କୌଣସି ପ୍ରକାରେ ଉକ୍ତ ସ୍ଥାନରୁ ଖସି ପଳାଇବାକୁ ଅନେକ ପ୍ରକାରରେ ଚେଷ୍ଟା କରିଥିଲେ।କିନ୍ତୁ ପୋଲିସ ଅଟକାଇ ଯାଞ୍ଚ କରିଥିଲେ ଏବଂ ଗାଡ଼ିରେ ଲୋଡ୍ ହୋଇଥିବା ଗଞ୍ଜେଇ ସହ ଦୁର୍ଦ୍ଦାନ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ| ସୂଚନାଯୋଗ୍ୟ କି ସୁନୀଲ ନାହାକଙ୍କ ନାମରେ ବିଭିନ୍ନ ଥାନାରେ ୨୭ଗୋଟି ମାମଲା ରୁଜୁ ହୋଇଥିବା ବେଳେ ସୁନୀଲ ସମେତ ଅନ୍ୟ ଅଭିଯୁକ୍ତ ମାନଙ୍କ ନାମରେ ଟେଣ୍ଡର ଫିକ୍ସିଂ ମାମଲାରେ ୫ଗୋଟି ଥାନାରେ କେସ ରୁଜୁ ହୋଇଥିବା କହିଛନ୍ତି ଅତିରିକ୍ତ ଏସପି ଶ୍ରୀ ବିଜୟ କୁମାର ମଲ୍ଲିକ

ରିପୋର୍ଟ :ନ୍ୟୁଜଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here