କରୋନା ପଜିଟିଭ ସଂଖ୍ୟା କମିଛି, ହେଲେ ସଂକ୍ରମଣ ଭୟ ଦୂର ହୋଇନାହିଁ

0
240

ପୋଲସରା: ଆଗକୁ ସାବିତ୍ରୀ ଓ ରଜ ପର୍ବ ଥିବାରୁ କୋଭିଡ ସଂକ୍ରମଣ ନେଇ ଚିନ୍ତା ପ୍ରକଟ କରିଛନ୍ତି ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟ । ଜୁନ ୮ ତାରିଖ ଦିନ ପୋଲସରା ବିଧାୟକ ଶ୍ରୀ ସାହୁ ଜେ.ଡେଙ୍ଗାପଦର, ମଥୁରା ଓ ବନ୍ଥପଲ୍ଲୀ ୩ ଟି ଗ୍ରାମ ପଞ୍ଚାୟତରେ କରୋନା ସଚେତନତା ବାର୍ତ୍ତା ଦେବା ବେଳେ ସେ ପ୍ରକାଶ କରିଥିଲେଯେ କିଛିଦିନ ହେଲା କରୋନା ପଜିଟିଭ ସଂଖ୍ୟା କମିଥିଲେ ମଧ୍ୟ କୋଭିଡ ସଂକ୍ରମଣ ଭୟ ଦୂର ହୋଇନାହିଁ । ଆଗକୁ ସାବିତ୍ରୀ ବ୍ରତ ଓ ରଜ ପର୍ବ ଥିବା ଯୋଗୁଁ ଜନସମାଗମ ନକରିବା ପାଇଁ ପରାମର୍ଶ ଦେବା ସହ କୋଭିଡ ଆଇନକୁ ସମସ୍ତେ ମାନି ଚାଲିବାକୁ କହିଥିଲେ। କୋଭିଡ଼ ସଂକ୍ରମଣ ସମୟରେ କରୋନା ଯୋଦ୍ଧା ଭାବେ ବିଧାୟକ ଶ୍ରୀ ସାହୁ ତିନି ଗ୍ରାମ ପଞ୍ଚାୟତରେ ଜନସାଧାରଣଙ୍କୁ କୋଭିଡ଼ ସଂକ୍ରମଣ ନେଇ ସଚେତନ କରିବା ସହ ମାକ୍ସ ବଣ୍ଟନ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ସମୟରେ ପୋଲସରା ବିଡ଼ିଓ ସୁରଞ୍ଜନ ସାହୁ,ଓ ତହସିଲଦାର ଦିଲ୍ଲୀପ କୁମାର ନାୟକ ମଧ୍ୟ ବିଧାୟକଙ୍କ ସହ ପ୍ରତ୍ୟେକ ପଞ୍ଚାୟତକୁ ଯାଇ କୋଭିଡ ଆଇନ ବିଷୟରେ ସଚେତନତା କରାଇବା ସହ ଟୀକା ଦେବାକୁ ଅନୁରୋଧ କରିଥିଲେ। ଏହି ଅବସରରେ ଜେ.ଡେଙ୍ଗାପଦର ଗ୍ରାମରେ ଏକ କମ୍ୟୁନିଟି ମଣ୍ଡପର ଉଦଘାଟନ କରିଥିଲେ ବିଧାୟକ ଶ୍ରୀ ସାହୁ । ଅନ୍ୟମାନଙ୍କ ମଧ୍ୟରେ ଜେ.ଡେଙ୍ଗାପଦର ସରପଞ୍ଚ ପ୍ରତିନିଧି କୃଷ୍ଣ ଚନ୍ଦ୍ର ଜେନା , ସମିତି ସଭ୍ୟ କୃଷ୍ଣ ଚନ୍ଦ୍ର ଭୂୟାଁ , ପୂର୍ବତନ ସରପଞ୍ଚ ସୁକାନ୍ତ ଚନ୍ଦ୍ର ଭୂୟାଁ , ମଥୁରା ସରପଞ୍ଚ ପ୍ରଦୀପ କୁମାର ନାୟକ , ବିକ୍ରମ ନାୟକ , ବନ୍ଥପଲୀ ସରପଞ୍ଚ ଆରତୀ ନାୟକ , ସମିତି ସଭ୍ୟ ପବିତ୍ର ରାଉତ ସମେତ ସମସ୍ତ ଅଙ୍ଗନବାଡି , ଆଶା କର୍ମୀ, ୱାର୍ଡ ମେମ୍ବର , ସ୍ୱାସ୍ଥ୍ୟ କର୍ମୀ ଏବଂ ସମସ୍ତ ସ୍ବେଛାସେବୀ ଏବଂ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here