ପୂର୍ବତନ ଗଞ୍ଜାମ ଜିଲ୍ଲା ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ରିଙ୍କୁ ସାମଲଙ୍କ ଦେହାନ୍ତ

0
330

ବ୍ରହ୍ମପୁର : ଭାରତୀୟ ଜନତା ପାର୍ଟି ର ଜଣେ ସକ୍ରିୟ ସଦସ୍ୟ ତଥା ପୂର୍ବତନ ଗଞ୍ଜାମ ଜିଲ୍ଲା ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଏବଂ ଗତ ପୌର ନିର୍ବାଚନରେ ବ୍ରହ୍ମପୁର ମହାନଗର ନିଗମର ୨୪ ନଂ ୱାର୍ଡ ର ବିଜେପି ପ୍ରାର୍ଥୀ ରିଙ୍କୁ ସାମଲଙ୍କ କରୋନା ଜନିତ ଆକସ୍ମିକ ମୃତ୍ୟୁରେ ଗଞ୍ଜାମ ଜିଲ୍ଲା ବିଜେପି କାର୍ଯକର୍ତ୍ତାଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ସେ ଗତ ପନ୍ଦର ଦିନ ହେବ କରୋନା ରେ ପିଡ଼ୀତ ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲ୍ କୋଭିଡ଼ ଓ୍ୱାର୍ଡ ଆସିୟୁ ରେ ରହି ଚିକିତ୍ସିତ ହେଉଥିଲେ । ଗତ ତିନି ଦିନ ତଳେ ସ୍ୱାସ୍ଥ୍ୟ ଅଧିକ ବିଗିଡ଼ିବାରୁ ତାଙ୍କୁ ଭେଣ୍ଟଲେଟରରେ ରଖି ଚିକିତ୍ସା କରାଯାଉଥିଲା । ଡ଼ାକ୍ତର ମାନଙ୍କ ଅକ୍ଳାନ୍ତ ପରିଶ୍ରମ ସତ୍ତ୍ୱେ ରିଙ୍କୁ ଆଜି ଚିରଦିନ ପାଇଁ ସମସ୍ତଙ୍କୁ ଛାଡ଼ି ଚାଲିଗଲେ । ସେ ଜଣେ ମେଳାପି, ମିଷ୍ଠଭାସୀ କାର୍ଯକର୍ତ୍ତା ଭାବେ ଜିଲ୍ଲାରେ ସମସ୍ତଙ୍କ ପାଖରେ ଆଦୢତ ହୋଇପାରିଥିଲେ । ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଏବଂ ଦଳର ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚ଼ରଣ ପତିଙ୍କ ସମେତ ଦଳର ବରିଷ୍ଠ ନେତୣବୢନ୍ଦ ତାଙ୍କ ଶୋକ ବାର୍ତ୍ତାରେ ଦଳ ପ୍ରତି ସମର୍ପିତ, ଜଣେ ସରଳ ଓ ନିଷ୍ଠାବାନ କାର୍ଯ୍ୟକର୍ତ୍ତାଙ୍କୁ ହରେଇଲା ବୋଲି ଶୋକ ପ୍ରକାଶ କରି, ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ପରିବାର ପ୍ରତି ସମବେଦନା ଜଣେଇଛନ୍ତି ।

LEAVE A REPLY

Please enter your comment!
Please enter your name here