ସିପିଏମ କୋଭିଡ ଏକ୍ସନ ଗ୍ରୁପର ସାୟାୟତା ବଣ୍ଟନର ତୃତୀୟ ଦିବସ

0
244

ବ୍ରହ୍ମପୁର : ସିପିଏମ କୋଭିଡ ଏକ୍ସନ ଗ୍ରୁପର ସହାୟତା ବଣ୍ଟନ ତୃତୀୟ ଦିନରେ ପହଁଚିଛି।ଆଜି ତୃତୀୟ ଦିବସରେ ମୁଖ୍ୟତଭାବେ ରୋଜଗାର ହରାଇଥିବା ଗରୀବ ନିର୍ମାଣ ଶ୍ରମିକ ମାନଙ୍କୁ ସହାୟତା ବଣ୍ଟନ କରାଯାଇଛି।ପ୍ରାୟ 120ରୁ ଉର୍ଦ୍ଧ୍ବ ନିର୍ମାଣ ଶ୍ରମିକଙ୍କୁ ଡାଲି, ତେଲ, ସୁଜି, ଚୁଡା, ଗୁଡ, ଆଳୁ, ପିଆଜ, ସୋୟାବଢି, ବିସ୍କେଟ ଓ ମାସ୍କ ବଣ୍ଟନ କରାଯାଇଛି।ଆସନ୍ତାକାଲି କଳାକାର ମାନଙ୍କୁ ସହାୟତା ବଣ୍ଟନ କରାଯିବ।
ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ବରିଷ୍ଠ ଆଇନଜୀବି ବସନ୍ତ ପଣ୍ଡା, ଯୁଧିଷ୍ଠିର ବେହେରା, ବସନ୍ତ ନନ୍ଦ,ଗୋପାଳ ପାଣିଗ୍ରାହୀ, ପ୍ରତାପ ଚୌଧୁରୀ, ଶିଵ ପ୍ରସାଦ ମହାପାତ୍ର, ବୈକୁଣ୍ଠ ନାଥ ସାହୁ, ରଂଜନ ପାତ୍ର ନୃସିଂହ ବ୍ରହ୍ମା ଓ ଅଜିତ ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here