କମ୍ରେଡ ଶିବରାମଙ୍କ ବାସଭବନରେ ଶ୍ରଦ୍ଧାଞ୍ଜଳି ସଭା

0
239

ଆସିକା: ସାଲିସବିହୀନ ବିପ୍ଳବୀ କମ୍ୟୁନିଷ୍ଟ ନେତା କମ୍ରେଡ ଶିବରାମଙ୍କ ଆଜି ଆସିକା ଚିନିଶିଳ୍ପ ନୂଆଗାଁ ସ୍ଥିତ ବାସଭବନରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ମାତା ଦେବକୀ ସାହୁ ଓ ପିତା ଶୁକଦେବ ସାହୁଙ୍କ ସଂଗ୍ରାମୀ ପୁଅ କମ୍ରେଡ ଶିବରାମଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ସହପାଠୀ, ଗ୍ରାମବାସୀ, ପରିବାର ବର୍ଗ ଓ ପାର୍ଟି କର୍ମୀ ସାମିଲ ହୋଇ ଶ୍ରଦ୍ଧା ଅର୍ପଣ କରିବା ସହ ସାଥୀଙ୍କ ଅକାଳ ବିୟୋଗରେ ମର୍ମାହତ ହେବା ସହ ଶୋଷିତ ନିଷ୍ପେଷିତ ବର୍ଗଙ୍କ ପାଇଁ ଅପୂରଣୀୟ କ୍ଷତି ବୋଲି ମତ ପ୍ରକାଶ କରିଥିଲେ । ମାତ୍ର ୪୮ ବର୍ଷରେ ପୁଅକୁ ହରାଇ ୭୨ ବର୍ଷୀୟ ବୃଦ୍ଧା ମା ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ମାତ୍ର ୨୦ ବର୍ଷ ବୟସରେ ସଂଘର୍ଷର ରାସ୍ତା ବାଛିଥିବା ଏହି କମ୍ରେଡ ଶିବରାମ ସି.ପି.ଆଇ (ଏମ୍-ଏଲ୍) ରେଡଷ୍ଟାର ର ରାଜ୍ୟ ସମ୍ପାଦକ ଏବଂ ପଲିଟିବ୍ୟୁରୋ ସଦସ୍ୟ, ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ର ରାଜ୍ୟ ସଭାପତି ଏବଂ କେନ୍ଦ୍ରୀୟ ସମ୍ପାଦକ, ଓଡିଶା ନିର୍ମାଣ ଶ୍ରମିକ ୟୁନିଅନ ର ରାଜ୍ୟ ସଭାପତି, ସର୍ବଭାରତୀୟ ବସ୍ତିବାସିନ୍ଦାଙ୍କ ଆବାହକ, ଫାସିବାଦ ବିରୋଧରେ ଜନ ଅଧିକାର ମଞ୍ଚ ଗଠନ କରିବା, ବସ୍ତି ସୁରକ୍ଷା ମଞ୍ଚ ଗଠନ କରି ବସ୍ତିବାସିନ୍ଦାଙ୍କୁ ଅଧିକାର ପ୍ରଦାନ କରିବା କ୍ଷେତ୍ରରେ ସାଲିସବିହୀନ ଯୋଦ୍ଧା ଥିଲେ । ଚିଲିକା ଆନ୍ଦୋଳନ, କଳିଙ୍ଗ ନଗର ଆନ୍ଦୋଳନ, ପୋସ୍କୋ ଆନ୍ଦୋଳନ, ସାଲନ୍ଦି ନାଲିଆ ଆନ୍ଦୋଳନ, ଶିକ୍ଷା ଅଧିକାର ଆନ୍ଦୋଳନ ଆଦିର ପ୍ରମୁଖ ବିନ୍ଧାଣି ଥିଲେ । ଛାତ୍ର ଅବସ୍ଥାରୁ ସଂଗ୍ରାମୀ । ସମସ୍ତଙ୍କୁ ସ୍ନେହ ଓ ଶ୍ରଦ୍ଧାରେ ବାନ୍ଧିବା ସିଦ୍ଧ ହସ୍ତଥିଲେ । ସେ ଚିନିଶିଳ୍ପ ହାଇସ୍କୁଲ, ହରିହର ହାଇସ୍କୁଲ, ଆସିକା ବିଜ୍ଞାନ ମହାବିଦ୍ୟାଳୟ ଏବଂ ବ୍ରହ୍ମପୁରରେ ଶିକ୍ଷା ଲାଭ କରି କମ୍ୟୁନିଷ୍ଟ ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ବିଚକ୍ଷଣ ନେତୃତ୍ବ ନେବାର ଦକ୍ଷତା ଯୋଗୁଁ ଗାଁ ରୁ ଅର୍ନ୍ତଜାତୀୟ ସ୍ତର ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ସି.ପି.ଆଇ(ଏମ୍-ଏଲ୍)ରେଡଷ୍ଟାର ଆସିକା ବ୍ଳକ ସମ୍ପାଦକ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଜିଲ୍ଲା ସମ୍ପାଦକ ଶଙ୍କର ସାହୁ, ବସ୍ତି ସୁରକ୍ଷା ମଞ୍ଚ ର ରାଜ୍ୟ ସଭାପତି ହେନା ବାରିକ, ମହିଳା ନେତ୍ରୀ ଲଳିତା ସ୍ବାଇଁ, ନିର୍ମାଣ ଶ୍ରମିକ ୟୁନିଅନ ର ପ୍ରତାପ ମହାରଣା, କେଶବ ସ୍ବାଇଁ, କ୍ରାନ୍ତିକାରୀ କୃଷକ ସଭାର ଅକ୍ଷୟ ସାହୁ, ବନମାଳୀ କାମ୍ପ, ପ୍ରକାଶ କାମ୍ପ, ସହପାଠୀ ରାମକ୍ରିଷ୍ନା, ଗଣେଶ ମହାରଣା, ତାଙ୍କ ଜୀବନ ସାଥି ତଥା ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଂଗଠନ ର ଲଢୁଆ ନେତ୍ରୀ ପ୍ରମିଳା ବେହେରା, ପୁଅ ପ୍ରସିସ ସାହୁ ଆଦି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here