ରାସ୍ତା କଡରେ ମାଟି ଗଦା, ସମସ୍ୟାରେ ଦୋକାନୀ ଏବଂ ସ୍ଥାନୀୟ ବାସିନ୍ଦା

0
339

ମୋହନା(ନ୍ୟୁଜ୍ ଏକ୍ସଟ୍ରା) ଗଜପତି ଜ଼ିଲ୍ଲା ର ମୋହନା ସହର ମଧ୍ୟ ଦେଇ ଯାଇଛି ବିଜୟୱାଡା-ରାଞ୍ଚି କରିଡ଼ର ର 326ନଂ ଜାତୀୟ ରାଜପଥ,ବର୍ତ୍ତମାନ ଉକ୍ତ ରାସ୍ତା ର ମୋହନା ବଜ଼ାର ରେ ପୂର୍ତ୍ତ ବିଭାଗ ପକ୍ଷରୁ ଡ୍ରେନ ନିର୍ମାଣ କାର୍ଯ୍ୟ ଜାରିରହିଛି l ପୂର୍ବରୁ ଠିକା ନେଇଥିବା ସଂସ୍ଥା ରାସ୍ତା କାର୍ଯ୍ୟ କରିଥିବା ବେଳେ ଡ୍ରେନ ନିର୍ମାଣ କାର୍ଯ୍ୟ କରିନଥିଲା ତେଣୁ ବଜ଼ାର ର ବିଭିନ୍ନ ସ୍ଥାନରେ ଅର୍ଦ୍ଧନିର୍ମିତ ଭାବେ ପଡିରହିଥିବା ଡ୍ରେନ ନିର୍ମାଣ କାର୍ଯ୍ୟ କୁ ସମ୍ପୂର୍ଣ କରିବା ନିମନ୍ତେ ପୂର୍ତ୍ତ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି, କିନ୍ତୁ ନିର୍ମାଣ କାର୍ଯ୍ୟ ର ଠିକା ନେଇଥିବା ବ୍ୟକ୍ତି ଙ୍କ ଖମଖିଆଲ ମନବୃତ୍ତି ଯୋଗୁଁ ବର୍ତ୍ତମାନ ସ୍ଥାନୀୟ ଜନସାଧାରଣ ସମସ୍ୟା ଭୋଗୁଛନ୍ତି l ଜାତୀୟ ରାଜପଥ ର ପିଚୁ ରାସ୍ତା ଏବଂ ନୂତନ ଭାବେ ନିର୍ମାଣ କରାଯାଉଥିବା ଡ୍ରେନ ମଧ୍ୟରେ ଥିବା ଖାଲ ସ୍ଥାନ ଗୁଡିକରେ ମାଟି ପକାଇ ସମତଳ କରିବା ପାଇଁ କାର୍ଯ୍ୟାଦେଶ ରେ ନିର୍ଦ୍ଦେଶ ରହିଛି, କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖିବା ପାଇଁ ମିଳିଛି, ମୋରମ ବଦଳରେ ଉକ୍ତ ସ୍ଥାନରେ ପଥର ମିଶ୍ରିତ ମାଟି ବ୍ୟବହାର କରାଯାଉଛି ଫଳରେ ଖାଲ ସ୍ଥାନ ଗୁଡିକ ଡ୍ରେନ ଏବଂ ପିଚୁ ରାସ୍ତା ସହ ସମତଳ ନହୋଇ ଅସମତଳ ହୋଇପଡ଼ିରହିଛି, ଅନ୍ୟପଟେ ବଜ଼ାର ମଧ୍ୟରେ ଦୁଇ ଦିନ ହେଲା ସ୍ଥାନେ ସ୍ଥାନେ ରାସ୍ତା କଡରେ ଦୋକାନ ଗୁଡିକ ସମ୍ମୁଖରେ ମାଟି ପକାଯାଇଥିଲେ ମଧ୍ୟ ତାକୁ ସମତଳ କରାଯାଇନାହିଁ, ଫଳରେ ବର୍ତ୍ତମାନ କରୋନା ଲକଡାଉନ ସମୟରେ ସାମୟିକ ସମୟ ବଜ଼ାର ଖୋଲା ରହୁଥିବା ଯୋଗୁଁ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି ଏହି ସମୟରେ ଦୋକାନ ଗୁଡିକୁ ଯିବାଆସିବା କରିବା ସହ ଗାଡି ପାର୍କିଙ୍ଗ କରିବାରେ ଗ୍ରାହକ ମାନଙ୍କୁ ସମସ୍ୟା ହେଉଛି, ଏନେଇ ସ୍ଥାନୀୟ ଦୋକାନୀ ମାନେ ମଧ୍ୟ ଠିକାଦାର ଙ୍କୁ ଅବଗତ କରିଛନ୍ତି କିନ୍ତୁ ଫଳ ଶୂନ l ଏନେଇ ଗଜପତି ଜ଼ିଲ୍ଲା ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ଦାସ ଙ୍କ ସହ ଯୋଗାଯୋଗ କରିବାରେ ଅତିଶୀଘ୍ର ରାସ୍ତା କାର୍ଯ୍ୟରେ ହେଉଥିବା ବ୍ୟତିକ୍ରମ ପ୍ରତି ଦୃଷ୍ଟି ଦେଇ ତାର ସମାଧାନ କରାଯିବ ବୋଲି ସେ କହିଛନ୍ତି l

ରିପୋର୍ଟର – ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here