୧୦୦ ଭିନ୍ନକ୍ଷମ ପରିବାରକୁ ୩ ମାସର ରାସନ ପ୍ରଦାନ

0
265

ଛତ୍ରପୁର: ଛତ୍ରପୁର ସ୍ଥିତ ଗଂଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ତରଫରୁ ଛତ୍ରପୁର ବ୍ଲକ ଓ ବିଜ୍ଞାପିତ ଅଂଚଳ ପରିଷଦର ୧୦୦ ଭିନ୍ନକ୍ଷମ ପରିବାରକୁ ୩ ମାସର ରାସନ ପ୍ରଦାନ କରାଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଉମାଶଙ୍କର ପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମମାନଙ୍କୁ ଏହି ରାସନକୁ ପ୍ରଦାନ କରିଥିଲେ I ଏହି ଅନୁଷ୍ଠାନ ଭିନ୍ନକ୍ଷମ ବ୍ୟକ୍ତି ଓ ସେମାନଙ୍କ ପରିବାରର ଅସୁବିଧା ସମୟରେ ସବୁବେଳେ ସହଯୋଗର ହାତ ବଢ଼ାଇ ଆସିଛି I ଗତ ୪ ତାରିଖରେ ଛତ୍ରପୁର ବ୍ଲକ ଓ ବିଜ୍ଞାପିତ ଅଂଚଳ ପରିଷଦର ୧୦୨ ଜଣ ଭିନ୍ନକ୍ଷମ ପରିବାରକୁ ୩ ମାସର ରାସନ ପ୍ରଦାନ କରାଯାଇଥିଲା I ଆଗକୁ ମଧ୍ୟ ଏହିଭଳି କାର୍ଯ୍ୟ ଚାଲୁରହିବ ବୋଲି ମହାସଂଘର ସାଧାରଣ ସମ୍ପାଦକ ଡ଼କ୍ଟର କେ ଆନନ୍ଦ ରାଓ ସୂଚନା ଦେବାସହ ଆଗାମୀ ଦିନରେ ଭିନ୍ନକ୍ଷମମାନଂକୁ ଶୁଖିଲା ଖାଦ୍ୟ ବଣ୍ଟନ, ଗଂଜାମ ଜିଲ୍ଲାର ୫ ବ୍ଲକରେ Oxymeter, Thermal Screening Machine, PPE kit ଏବଂ ବିଭିନ୍ନ ପ୍ରକାର ଔଷଧ ମଧ୍ୟ ବଣ୍ଟନ କରାଯିବ ବୋଲି ଶ୍ରୀଯୁକ୍ତ ରାଓ ପ୍ରକାଶ କରିଥିଲେ I

LEAVE A REPLY

Please enter your comment!
Please enter your name here