ଡ଼. ସବିତା ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳୀ ଜୁମ୍ ଏକ୍ରସ୍ ଇଣ୍ଡିଆ ଦ୍ୱାରା ପରିଚାଳନ

0
374

ବ୍ରହ୍ମପୁର: ଗତ ୨୫/୦୫/୨୦୨୧ ତାରିଖ ଦିନ ଚେନ୍ନାଈ ଠାରେ ରହୁଥିବା ଗାନ୍ଧୀନଗର ନିଵାସୀ ତଥା ମାହାମାୟୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟାପିକା ଡ଼. ସବିତା ପଟନାୟକ କୋରନା ମହାମାରୀ ରେ ମୃତ୍ୟୁ ଘଟିଥିଲା l ତାଙ୍କର ଦ୍ୱାଦଶାହ କର୍ମ,ଚେନ୍ନାଈ ରେ ରହୁଥିବା ଝିଆରୀ ଡ଼. ରୀନା ଦାସ୍ ଏବଂ ଝିଆରୀ ଜ୍ବାଇଁ ସୁବ୍ରତ ମହାନ୍ତି ଙ୍କ ବାସ ଭବନ ରେ ୦୮/୦୬/୨୦୨୧ ତାରିଖ (ରବିବାର) ଅନୁଷ୍ଠିତ ହୋଇଯାଇଛି lଏହି ଉପଲକ୍ଷେ ଜୁମ୍ ଏକ୍ରସ୍ ଇଣ୍ଡିଆ ମାଧ୍ୟମରେ ଶତାଧିକ ବ୍ୟକ୍ତିତ୍ୱ ସ୍ବର୍ଗତ ସବିତା ପଟନାୟକ ଙ୍କ ସ୍ମୃତିଚାରଣ କରିଥିଲେ lଏଇ କାର୍ଯ୍ୟକ୍ରମରେ ବିଦେଶ ରେ ରହୁଥିବା ପ୍ରତିଷ୍ଠିତ ପ୍ରବାସୀ ଓଡ଼ିଆ ମାନେ ଭିଡିଓ ମାଧ୍ୟମରେ ସ୍ମୃତିଚାରଣ କରିଥିଲେ l ଏଇ ଶ୍ରଦ୍ଧାଞ୍ଜଳୀ ସଭା କୁ କାନାଡ଼ା ରେ ରହୁଥିବା executive ନିର୍ଦେଶକ ପ୍ରଶାନ୍ତ ଭୂୟାଁ ଙ୍କ ଦ୍ୱାରା ଅତି ସୁନ୍ଦର ଭାବରେ ପରିଚାଳନ ହେଇପାରିଥିଲା lସ୍ମୃତିଚାରଣ ସଭାରେ ବହୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ମଧ୍ୟରୁ ଡ଼. କୃଷ୍ଣଚନ୍ଦ୍ର ପାତ୍ର,ଡ଼. ଶ୍ରୀନିବାସ ମହାପାତ୍ର,ଡ଼. ଲମ୍ବୋଦର ପାଣିଗ୍ରାହୀ,ଶ୍ରୀମତୀ ଗିରିଜା ମିଶ୍ର,ଶ୍ରୀମତୀ ସ୍ବର୍ଣ୍ଣାବଳୀ କାଟୁଲା,ଦଡ଼. ବନମାଳୀ ପାଣିଗ୍ରାହୀ,ଡ଼. ଜୋତ୍ସ୍ନାରଣୀ ନାୟକ ଙ୍କ ସମେତ ପରିବାର ର ସଦସ୍ୟ ମଧ୍ୟରୁ ଝିଆରୀ ଡ଼. ରୀନା ଦାସ୍, ଜ୍ବାଇଁ ସୁବ୍ରତ ମହାନ୍ତି,ସପ୍ତଗିରି ପଟନାୟକ, ଶୋମା ପଟନାୟକ (ଆମେରିକା),ପ୍ରଶାନ୍ତ ଦାସ୍ ହେମନ୍ତ ଦାଶ୍,ଡ଼. ସଙ୍ଗୀତା ଦାସ୍,ବିନୀତା ପାତ୍ର ଙ୍କ ସମେତ ବହୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଯୋଗଦାନ କରି ଶ୍ରଦ୍ଧାଞ୍ଜଳୀ ଆର୍ପଣ କରିଥିଲେ l
ପରିଶେଷରେ,ସ୍ବର୍ଗତ ଡ଼.ସବିତା ପଟନାୟକ ଙ୍କ ଦୁଇଭାଇ ବରିଷ୍ଠ ଆଡ଼ଭୋକେଟ ପ୍ରସାଦ ପଟନାୟକ ଏବଂ ମନୋରଞ୍ଜନ ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ I

LEAVE A REPLY

Please enter your comment!
Please enter your name here