ଛାତ୍ର ସଂସଦ ନିର୍ବାଚନକୁ ବାତିଲ ପ୍ରତିବାଦରେ ଏ ବି ଭି ପି ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ।

0
688

ଗୋପାଳପୁର,(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଚଳିତ ବର୍ଷ ଛାତ୍ରସଂସଦ ନିର୍ବାଚନ ବନ୍ଦ ହେବା ନେଇ ସାରା ରାଜ୍ୟରେ ଛାତ୍ର ଉତ୍ତେଜନା ଦେଖା ଦେଇଥିବାବେଳେ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଶାଖା ପକ୍ଷରୁ ଆଜି ମୁଖ୍ୟ ଫାଟକ ସାମନା ରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

ଛାତଛାତ୍ରୀମାନଙ୍କ ଗାଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରି ନିଜ ମନପସନ୍ଦ ନେତା ସ୍ରୁଷ୍ଟି କରୁଥିଲେ ଓ ସେହି ଛାତ୍ର ନେତା ଆଗାମୀ ଦିନରେ ସାମାଜର ନେତୃତ୍ୱ ନେଉଥିଲେ ଏହାର ଉଦାହରଣ ଆଜି ବହୁତ ଜାଗାରେ ଦେଖିବକୁ ମିଳୁଛି କିନ୍ତୁ ଦୁଃଖର ବିଷୟ ନିର୍ବାଚନ ପାଇଁ ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି ବୋଲି ଦ୍ୱାହି ଦେବା ନୀନ୍ଦନୀୟ। ଆଜି କଲେଜ ଜମି କଲେଜ ନାମରେ ନାହିଁ ପିଲା ମାନଙ୍କ ପାଇଁ ଶିକ୍ଷକ ନାହାନ୍ତି ଏହା ସତ୍ତ୍ଵେ ଶୈକ୍ଷିକ ବାତାବରଣ ସୃଷ୍ଟି କିପରି ହେବ ଧ୍ୟାନ ନ ଦେଇ ଛାତ୍ରସଂସଦ ନିର୍ବାଚନ ବନ୍ଦ କରିବା ଏକ ବାହାନ ମାତ୍ର। ନିଜ ଦଳର ଗୋଷ୍ଠୀ କନ୍ଦଳକୁ ଲୁଚେଇବା ପାଇଁ ଓ ନେତାଙ୍କୁ ତୁଷ୍ଟିକରଣ କରିବା ପାଇଁ ଏହି ସବୁ ଚକ୍ରାନ୍ତ। ଆଗାମୀ ଦିନରେ ଯଦି ସରକାର ଏହାର ପୁନଃ ବିଚାର ନ କରନ୍ତି ତାହାଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି। ଏଥିରେ ସଂଗଠନର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର, ତୁତୁନ ପାତ୍ର, ରଞ୍ଜନ ସେଠି, ସୋମନାଥ ପାତ୍ର, ଅକ୍ଷୟ ପ୍ରଧାନ, ଅନନ୍ତ ପ୍ରଧାନ, ମାତାପ୍ରସାଦ ନାୟକ, ଦିନେଶ ମିଶାଲ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here