ବ୍ରହ୍ମପୁର ସଦର ପୋଲିସ ଦ୍ୱାରା ୬୩ କିଲୋ ୭୧୨ ଗ୍ରାମ ଗଞ୍ଜେଇ ଜବତ

0
768

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି ପୂର୍ବାହ୍ନ ପ୍ରାୟ ଘ୧୧:୩୦ମି ସମୟରେ ସଦର ପୋଲିସ ଉପ ଥାନା ଅଧିକାରୀ ଶ୍ରୀ ବି.ବି ମିଶ୍ର ଓ ତାଙ୍କ ସହଯୋଗୀ କର୍ମଚାରୀମାନେ ୬୩କିଲୋ ୭୧୨ଗ୍ରାମ ଗଞ୍ଜେଇ ଜବତ କରିବା ସହ ସମ୍ପୃକ୍ତ ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରିଛନ୍ତି | ପୋଲିସ ସୂଚନା ଅନୁଯାୟୀ ଜାତୀୟ ରାଜପଥ ୫୯ରେ ଗାଡି ଯାଞ୍ଚ କରୁଥିବା ସମୟରେ ଜଗଦଳପୁର ଛକ ନିକଟରୁ ଗୋଟିଏ ଇଣ୍ଡିଗୋ କାର (ନଂଓଡ଼ି ୦୫ଭି ୬୪୩୬)ର ଡିକିରୁ ଏହି ଗଞ୍ଜେଇ ଜବତ କରାଯାଇଛି | ଅଭିଯୁକ୍ତ ଦୁଇଜଣ କାର ମାଲିକ ରାଜୁ ସାହୁ ଓ କାର ଚାଳକ ଧ୍ୟାନଚାନ୍ଦ କାୟକ (୨୮ ବର୍ଷ) ରାୟଗଡା ଜିଲ୍ଲା ପଦ୍ମପୁର ଅଞ୍ଚଳର ବୋଲି ଜଣା ପଡିଛି | ଏହାକୁ ଭିତି କରି ଧାରା ୨୦(ବି),୨ସି ଏନଡ଼ିପିସି ଆକ୍ଟ ଅନୁସାରେ କେଶ ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି |

LEAVE A REPLY

Please enter your comment!
Please enter your name here