ଆସ୍କାରେ ନୂତନ ଅବକାରୀ କାର୍ଯ୍ୟାଳୟର ଶୁଭ ଉଦଘାଟନ

0
237

ଛତ୍ରପୁର: ମାନ୍ୟବର ସାଂସଦ ଆସ୍କା ଶ୍ରୀମତୀ ପ୍ରମିଳା ବିଷୋୟୀ , ଆସ୍କା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁ, ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଓ ଗଞ୍ଜାମ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ରାଜେନ୍ଦ୍ର କୁମାର ଭଦ୍ରା ଆସ୍କା ଠାରେ ନବନିର୍ମିତ ଅବକାରୀ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଓ ଅବକାରୀ ଥାନାର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମାନ୍ୟବର ସାଂସଦ ଆସ୍କା ଶ୍ରୀମତୀ ପ୍ରମିଳା ବିଷୋୟୀ ଉଦିଘାଟନ କରିଥିଲେ . ଆସ୍କା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଉଦ୍ଘାଟନ ଉତ୍ସବରେ ସମସ୍ତ ଅତିଥି ବୃକ୍ଷ ରୋପଣ କରି ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମକୁ ଦ୍ବିଗୁଣିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆସ୍କା ତହସିଲଦାର, ପିଡବ୍ଲ୍ୟୁଡି ସହକାରୀ ଯନ୍ତ୍େରୀ, ଅବକାରୀ ଉପ ଅଧୀକ୍ଷକ ଶ୍ରୀ ଅଭିରାମ ବେହେରା, ଆସ୍କା ଅବକାରୀ ନିରୀକ୍ଷକ ଶ୍ରୀ ଧୀରେନ୍ କୁମାର ବେହେରା ଓ ଆସ୍କା ଅବକାରୀ ଉପ ନିରୀକ୍ଷକ ଶ୍ରୀ ପ୍ରଦୀପ କୁମାର ମହାନ୍ତି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here