କୋଭିଡ ସମୀକ୍ଷା କଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

0
364

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ମାନ୍ୟବର ମନ୍ତ୍ରୀ ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ଶ୍ରୀ ବିକ୍ରମ କେଶରୀ ଆରୁଖ ଆଜି ଦିନିକିଆ ଭଞ୍ଜନଗର ଗସ୍ତ କରି ଗଞ୍ଜାମ ଜିଲ୍ଲାର କୋଭିଡ ସ୍ଥିତି ସଂକ୍ରାନ୍ତରେ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ସହ ଆଲୋଚନା କରିଛନ୍ତି | କୋଭିଡ ଚେନ ବ୍ରେକ ଲଗେଇବାକୁ ସରକାର ଲକ ଡାଉନ ଏବଂ ସଟ ଡାଉନ ନିୟମକୁ ଆସନ୍ତା ଜୁନ 17 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିବାରୁ ସଂକ୍ରମଣ ହାରରେ ନିଶ୍ଚିତ ଭାବେ ବ୍ରେକ ଲାଗିବ ବୋଲି ଉଭୟ ମନ୍ତୀ ଏବଂ ଜିଲ୍ଲାପାଳ ଆଶାବାଦୀ ଅଛନ୍ତି | ମେଡିକାଲ କୁ ଆସୁଥିବା ସନ୍ଦିଗ୍ଧ ଙ୍କ ପ୍ରତି ବିଶେଷ ଦୃଷ୍ଟି ସହ ଉତ୍ତମ ସେବା ଯୋଗେଇ ଦେବା ଉପରେ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ଜିଲ୍ଲାପାଳ ଙ୍କୁ ପରାମର୍ଶ ଦେଇଛନ୍ତି | ଏହାଛଡା କୋଭିଡ ସଚେତନ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚରେ ଜୋରଦାର କରିବାକୁ କହିଛନ୍ତି | କୋଭିଡ ପରିଚାଳନାରେ ଗଞ୍ଜାମ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ଉତ୍ତମ କାର୍ଯ୍ୟ ଜାରି ରଖିଥିବାରୁ ଉଭୟ ଜିଲ୍ଲାପାଳ ଏବଂ ସମସ୍ତ ଅଧିକାରୀ, କର୍ମଚାରୀ ମାନଙ୍କ କାର୍ଯ୍ୟ ଦକ୍ଷତାକୁ ମନ୍ତ୍ରୀ ପ୍ରଶଂସା କରିଛନ୍ତି | ଭଞ୍ଜନଗର ନିର୍ବାଚନୀ ମଣ୍ଡଳୀ ରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରିବା ସହ ଅଧୁରା ରହିଥିବା କାର୍ଯ୍ୟ ଗୁଡିକୁ ତୁରନ୍ତ ସାରିବା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି | ସରକାରଙ୍କ ଯୋଜନା ଗୁଡିକ କିପରି ଉପଯୁକ୍ତ ହିତାଧିକାରୀଙ୍କ ପାଖକୁ ସହଜରେ ପହଂଚି ପାରିବ ତାହା ଉପରେ ଧ୍ୟାନ ଦେବାକୁ କହିଛନ୍ତି | ଆଜି ଭଞ୍ଜନଗର ସ୍ଥିତ ଜଳସେଚନ ବିଭାଗ ଡାକ ବଙ୍ଗଳା ଅନୁଷ୍ଠିତ ବୈଠକ ରେ ମାନ୍ୟବର ମନ୍ତ୍ରୀ ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ଶ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ସହ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ, ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଏବଂ ବିଡ଼ିଓ ଅନିଲ କୁମାର ସେଠୀ ଉପସ୍ଥିତ ଥିଲେ | କୋଭିଡ ସଂକ୍ରମଣ କୁ ବ୍ରେକ ଦେବାପାଇଁ ହେଲେ ସରକାରଙ୍କ ସମସ୍ତ କୋଭିଡ ନିୟମକୁ ସଠିକ ଭାବେ ପାଳନ କରିବାକୁ ପଡିବ, ଏବଂ ସମସ୍ତ ଜନସାଧାରଣ ଏହି କୋଭିଡ ବିରୁଦ୍ଧ ଲଢେଇରେ ଉଭୟ ସରକାର ଏବଂ ପ୍ରଶାସନ ଙ୍କୁ ସହଯୋଗ କରିବାକୁ ମାନ୍ୟବର ମନ୍ତ୍ରୀ ଅନୁରୋଧ କରିଛନ୍ତି |

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here