ଗଜପତିରେ କୋଭିଡ ସଚେତନତା ରଥ ଶୁଭାରମ୍ଭ

0
286

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି କୋଭିଡ ସଚେତନତା ରଥ କୁ ଆନୁଷ୍ଠାନିକ ଭାବେ ଆଜି ସକାଳ ୯ଘଣ୍ଟା ସମୟରେ ଶୁଭାରମ୍ଭ କରିଛନ୍ତି ଗଜପତି ଜିଲ୍ଲାପାଳ ଶ୍ରୀ ଅନୁପମ ସାହା । ଏହି ଅବସରରେ କୋଭିଡ ସମ୍ବନ୍ଧୀୟ ବିଭ୍ରାନ୍ତ ବାର୍ତ୍ତା କୁ ଓଡିଓ ଏବଂ ଭିଡିଓ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବା ଅଭିଯାନରେଏହାକୁ ସାମିଲ କରି ଆରମ୍ଭ କରିଥିଲେ। ଏହି ରଥ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ମାସ ୧୨ତାରିଖ ପର୍ଯ୍ୟନ୍ତ ସମସ୍ତ ପଞ୍ଚାୟତ ସମିତି ଓ ସମସ୍ତ ପଞ୍ଚାୟତ ମାନଙ୍କ ରେ ଭ୍ରମଣ କରି ସେମାନଙ୍କୁ କୋଭିଡ ସଂପର୍କରେ ବିଭିନ୍ନ ସଚେତନତା ବାର୍ତ୍ତା ,ଚଳଚ୍ଚିତ୍ର ଏବଂ ଭିଡିଓ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବା ,ଲୋକଙ୍କ ପାଖରେ ପହଞ୍ଚେଇବାର, ଏହା ସହିତ ରଞ୍ଜନ କୁମାର ଦାସ ଙ୍କ ଦ୍ଵାରା ଲିଖିତ ସଚେତନତା କାହାଣୀ କେଉଁ ବେଳାରେ ଆସିଥିଲା ଏହି କୋରା ଭୁତାଣୁ ଗୀତ ର ଭିଜୁଆଲ ବାସୁଦେବ ମାଳ ବିଷୋୟୀ ଏବଂ ଅବନୀ ମିଶ୍ର ଙ୍କ ଦ୍ଵାରା ରଚିତ ଗୀତ”ହାତ ଅଟେ ଅମୁଲ୍ୟ ରତ୍ନ” ଓ “ନାଗର ନାରୀ ଗୀତ “ଏବଂ ଚଳଚ୍ଚିତ୍ର ତାଳେ ତାଳେ ଗଜପତି ଜିଲ୍ଲା ଦୂର୍ଗମ ଅଞ୍ଚଳ କୁ ଯାଇ ଲୋକମାନଙ୍କ ପାଖରେ ପହଞ୍ଚାଇବାର ପାଇଁ ଶୁଭାରମ୍ଭ ହୋଇଥାଏ ଏହି କାର୍ଯ୍ୟକ୍ରମ ରେ ପିଏଆଇଟିଡିଏ, ପାରଳାଖେମୁଣ୍ଡି ତହସିଲଦାର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଅବସରପ୍ରାପ୍ତ ପର୍ଯ୍ୟା ଟନ ଅଧିକାରୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଉପସ୍ଥିତ ଥିଲେ।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here