ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟାଙ୍କ ବିୟୋଗରେ ଶୋକ

0
355

ବେଲଗୁଣ୍ଠା:ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ତଥା ବିଶିଷ୍ଟ ଶିକ୍ଷାବିତ୍ ବିଜୟ କୁମାର ସାହୁ(58)ଙ୍କ ବିୟୋଗରେ ବେଲଗୁଣ୍ଠା ବ୍ଳକ୍ ପ୍ରତାପଲକ୍ଷ୍ମଣପୁର ଶାସନ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା I ଆଜି ପୂର୍ବାହ୍ଣରେ ସମସ୍ତ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଵର୍ଗତ ସାହୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍ ର ନୀରବ ପ୍ରାର୍ଥନା କରାଯାଇଥିଲା I ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଯୋଗ ଦେଇଥିବା ବେଳେ ସ୍ଵର୍ଗତ ସାହୁଙ୍କ ଅକାଳ ବିୟୋଗ ଓଡ଼ିଶାର ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ପାଇଁ ଏକ ବଡ଼ କ୍ଷତି ବୋଲି ବିଦ୍ୟାଳୟ ଅଧ୍ୟକ୍ଷ ସଦାଶିବ ପ୍ରଧାନ ପ୍ରକାଶ କରିଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here