ମାଆ ଛେଉଣ୍ଡ ଶିଶୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ଵୁଝିବା ସହ ଆର୍ଥିକ ସହାୟତା ପ୍ରଦାନ କଲେ ଗଞ୍ଜାମ ଜିଲ୍ଲାପାଳ

0
295

କୁକୁଡାଖଣ୍ଡି(ନ୍ୟୁଜଏକ୍ସଟ୍ରା):କୁକୁଡାଖଣ୍ଡି ବ୍ଳକ ଅନ୍ତର୍ଗତ ଲାଜିଂଆ ପଞ୍ଚାୟତ ଅଧିନସ୍ଥ ପଦରବାଲୀ ଗ୍ରାମର ଅଙ୍ଗନବାଡି କର୍ମିଥିଲେ ଦିପ୍ତିମୟୀ ଦେଵୀ । ଦିନ ଥିଲା ସେ ଅନ୍ୟକୁ କରୋନା ସଚେତନତା କରି ନିଜେ ମଧ୍ୟ ସଂକ୍ରମିତ ହୋଇପଡିଥିଲେ। ସଂକ୍ରମିତ ଅଵସ୍ଥାରେ ସେ ଗର୍ଭବତୀ ମଧ୍ୟ ଥିଲେ।ଗତ ୩୦ ତାରିଖରେ ଦିପ୍ତିମୟୀ ଶୀତଳା ପଲ୍ଲୀ କୋଭିଢ଼ ହସ୍ପିଟାଲରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ ଦୁଃଖର ବିଷୟ ସନ୍ତାନ ଜନ୍ମ ହେବାର ଗୋଟିଏ ଦିନ ପରେ ଅର୍ଥାତ ୩୧ ତାରିଖରେ ଦିପ୍ତିମୟୀ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ଯାହା ଫଳରେ ୨ ଶିଶୁ ଏଵେ ମାଆ ଛେଉଣ୍ଡ ହେଵା ସହ ସେମାନଙ୍କ ରକ୍ଷଣାବେକ୍ଷଣ ଏଵଂ ଭଵିଷ୍ୟତ କିପରି ଗଢିବେ ଏହି ବିଷୟକୁ ନେଇ ସ୍ଥାନୀୟ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଥିଲା।ଏହି ଘଟଣା ପ୍ରସାରିତ ହେଵା ପରେ ଆଜି ଜିଲ୍ଲାପାଳ ଵିଜୟ ଅମୃତ କୁଲାଙ୍ଗେ , ଵ୍ରହ୍ମପୁର ନିଗମ କମିଶନର ସିଦ୍ଦେଶ୍ବର ଵଳୀରାମ ବନ୍ଦୋର ଉକ୍ତ ଶିଶୁଙ୍କୁ ଭେଟି ସେମାନଙ୍କ ସମସ୍ୟା ଵୁଝିବା ସହ ସ୍ଵର୍ଗତ ଦିପ୍ତିମୟୀଙ୍କ ଶୁଦ୍ଧିକ୍ରିୟା ଓ ତାଙ୍କର ଛୁଆର ଭଲ ମନ୍ଦ ପାଇଁ ଜିଲ୍ଲା ପ୍ରଶାସନ ଓ ସମନ୍ଵିତ ଶିଶୁ ପ୍ରକଳ୍ପ ତରଫରୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡିଛି।ଏହି ମାଆ ଛେଉଣ୍ଡ ଛୁଆ ଦୁହିଁଙ୍କୁ ଆଗାମୀ ଦିନରେ ସମସ୍ତ ସରକାରୀ ଯୋଜନା ରେ ସାମିଲ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।ଏହି ଅବସରରେ କୁକୁଡ଼ାଖଣ୍ଡି ଵିଡିଓ ଗଦାଧର ପାତ୍ର ଓ ସିଡିପିଓ କୁସୁମ କୁମାରୀ ସାହୁ ଉପସ୍ଥିତ ଥିଲେ।

ରିପୋର୍ଟ :ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here