ବୁଗୁଡା ଅଞ୍ଚଳରେ ୫ ଜଣ ନୂଆଁ ଡାକ୍ତର ନିଯୁକ୍ତି

0
267

ବୁଗୁଡା:ବୁଗୁଡା ବ୍ଳକର ତିନିଟି ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ତିନି ଜଣ ଓ ବୁଗୁଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୁଇ ଜଣ ଏମବିବିଏସ ଡାକ୍ତର ନିଯୁକ୍ତି ପାଇଥିବା ଅତିରିକ୍ତ ମୁଖ୍ୟ ସଚିବଙ୍କ ବିଜ୍ଞାପନରୁ ଜଣାପଡିଛି। ମାଣିତରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭଦ୍ରକ ଜିଲ୍ଲାର ପ୍ରଜ୍ଞା ପରାମିତ ନାୟକ, କରଚୁଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନୟାଗଡ଼ ଜିଲ୍ଲାର ଜଗଦୀଶ ପ୍ରସାଦ ମିଶ୍ର, ଓ ଏ.କରଡ଼ାବାଡ଼ି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭୁବନେଶ୍ୱରର ସୁଚିତ୍ରା ପଣ୍ଡା ନିଯୁକ୍ତି ପାଇଥିବା ବେଳେ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କେନ୍ଦ୍ରାପଡ଼ା ଜିଲ୍ଲାର ସୁପ୍ରିୟା ପ୍ରିୟଦର୍ଶୀ ସାହୁ ଓ ବ୍ରହ୍ମପୁରର ସ୍ୱୟଂ ପ୍ରଜ୍ଞା ରାଉତ ନିଯୁକ୍ତି ପାଇଥିବା ଜଣାପଡିଛି। ବୁଗୁଡା ଅଞ୍ଚଳରେ ଡାକ୍ତର ଅଭାବରୁ ସ୍ୱାସ୍ଥ୍ୟସେବା ବାଧା ପାଉଥିବା ବେଳେ ଏହି ପାଞ୍ଚଜଣ ଡାକ୍ତରଙ୍କ ନିଯୁକ୍ତି ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆସିବ ବୋଲି ଆଶା କରାଯାଉଛି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here