ମୋ ଖତ ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଉପଜିଲ୍ଲାପାଳ

0
276

ଭଞ୍ଜନଗର: ଓଡିଶା ସରକାର ଙ୍କ ସହର ଓ ନଗର ଉନ୍ନୟନ ବିଭାଗ ତରଫରୁ ଓଡିଶାର ବିଭିନ୍ନ ସହରାଞ୍ଚଳରେ ଅଦା ଓଳିଆରୁ ଖତ ପ୍ରସ୍ତୁତ କରିବା ନିମନ୍ତେ ବିଭିନ୍ନ ସହରାଞ୍ଚଳରେ ଜୈଵ ଖତ ପ୍ରସ୍ତୁତ କେନ୍ଦ୍ର ବା ଏମ. ସି. ସି ଖୋଲା ଯାଇଛି | ଏହି ଜୈଵ ଖତ ପ୍ରସ୍ତୁତ କେନ୍ଦ୍ର ବା ଏମ. ସି. ସି ରୁ ଆଜି ଗଞ୍ଜାମ ଜିଲ୍ଲାରେ ପ୍ରଥମ କରି ଭଞ୍ଜନଗର ଉପଖଣ୍ଡରେ ମୋ ଖତ ବିତରଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଛି । ଶନିବାର ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ସ୍ଥାନୀୟ କାର୍ଯ୍ୟାଳୟରୁ ପତାକା ଦେଖିଇ ଏମ. ସି. ସି ରୁ ପ୍ରସ୍ତୁତ ଜୈବିକ ଖତ ବିତରଣ ର ଶୁଭାରମ୍ଭ କରିଛନ୍ତି । ଭଞ୍ଜନଗର ଉପଖଣ୍ଡର ସମସ୍ତ ସହରାଞ୍ଚଳର ଏମ. ସି. ସି ପ୍ରସ୍ତୁତ ମୋଟ 69.5 ଟନ ଖତ କୁ ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ଉତ୍ତର ଘୁମୁସର ଡି. ଏଫ. ଓ ଶ୍ରୀ ଅଭୟ କୁମାର ଦଳେଇ ଙ୍କୁ ପ୍ରଦାନ କରିଛନ୍ତି । ଓଳିଆକୁ ଏଣେ ତେଣେ ନ ପକାଇ ଏମ. ସି. ସି ମାଧ୍ୟମରେ ଅଦା ଓଳିଆ କୁ ପ୍ରସ୍ତୁତ କରାଯାଉଥିବା ଜୈବିକ ଖତ ପ୍ରସ୍ତୁତ ପ୍ରଣାଣୀକୁ ଡି. ଏଫ.ଓ ପ୍ରଶଂସା କରିଛନ୍ତି । ଏହି ପ୍ରଣାଳୀ ପରିବେଶ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଵହନ କରୁଥିବା କଥା ଡି. ଏଫ. ଓ କହିଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ଏମ. ସି ସି ରୁ କୌଣସି ବ୍ୟକ୍ତି ବିଶେଷ ବା ଅନୁଷ୍ଠାନ ସରକାରଙ୍କ ଧାର୍ଯ୍ୟ କୋଡିଏ ଟଙ୍କା ପ୍ରତି କିଲୋ ରେ ପ୍ରଦାନ କରି ଜୈବିକ ଖତ ନେଇପାରିବେ । କାଯ୍ୟକ୍ରମରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜଙ୍କ ସମେତ ଉତ୍ତର ଘୁମୁସର ଡି. ଏଫ. ଓ ଶ୍ରୀ ଅଭୟ କୁମାର ଦଳେଇ, ଏ. ସି. ଏଫ ସୁଦର୍ଶନ ବାଦି, ଭଞ୍ଜନଗର ଏନ. ଏ. ସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ବେଲଗୁଣ୍ଠା ଏନ. ଏ. ସି କାର୍ଯ୍ୟନିର୍ବାହୀ ଅଧିକାରୀ ରାକେଶ ପାତ୍ର, ବୁଗୁଡ଼ା ଏନ. ଏ. ସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଂଜନ ଦାସ, ସୋରଡ଼ା ଏନ. ଏ. ସି କାର୍ଯ୍ୟନିର୍ବାହୀ ଅଧିକାରୀ ଦୂତିକୃଷ୍ଣ ପାତ୍ର, ଏବଂ ଆସ୍କା ଏନ. ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ ଟେଟେ ଉପସ୍ଥିତ ଥିଲେ।ପ୍ରକାଶ ଥାଉ କି ଉପଖଣ୍ଡ ର ଆସ୍କା, ବୁଗୁଡ଼ା, ସୋରଡ଼ା ଏବଂ ବେଲଗୁଣ୍ଠା ଜୈଵ ଖତ ପ୍ରସ୍ତୁତ କେନ୍ଦ୍ର ବା ଏମ. ସି. ସି ମାନଙ୍କରେ ଯଥାକ୍ରମେ ୧୩ଟନ,୨୫ ଟନ,୧.୫ ଏବଂ ୩୦ ଟନ ଜୈଵ ଖତ ପ୍ରସ୍ତୁତ କରାଯାଇଛି ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here