ରାହାଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ରେ ଏମ୍ ବି ବି ଏସ୍ ଡାକ୍ତର ପଦବୀ ଖାଲି, କେବେ ହେବ ଡାକ୍ତର ନିଯୁକ୍ତି ?

0
277

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତ ରାହାଡ଼l ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ଏମ୍ ବି ବି ଏସ୍ ଡାକ୍ତର ପଦବୀ ଖାଲି ପଡିଛି ଫଳରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା କୁମ୍ଭାରଗାଁ , ଅଙ୍ଗାରଗାଁ ,ତାଳସର, ଷଣ୍ଢମୂଳ ଆଦି ପଞ୍ଚାୟତ ର ପ୍ରାୟ ୨୦ ଖଣ୍ଡ ଗ୍ରାମର ଲୋକମାନେ ରୋଗୀ ସେବା ପାଇବାରୁ ବଞ୍ଚିତ ହେବାକୁ ଏଡ଼ାଇ ଦିଆଯାଇ ନ ପାରେ । ଏହି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଦୈନନ୍ଦିନ ଶତାଧିକ ରୋଗୀ ନିଜର ଚିକିସ୍ଥା ନିମନ୍ତେ ଆସନ୍ତି କିନ୍ତୁ ପରିତାପର ବିଷୟ ଏହି ସ୍ୱାସ୍ଥ୍ୟକେନ୍ଦ୍ର ରେ ଏମ୍ ବି ବି ଏସ୍ ଡାକ୍ତର ପଦବୀ ଖାଲି ପଡିଛି । ଏହି ସ୍ୱାସ୍ଥ୍ୟକେନ୍ଦ୍ର ରେ ଜଣେ ଏମ୍ ବି ବି ଏସ୍ ଡାକ୍ତର, ଜଣେ ଆୟୁଷ ଡାକ୍ତର, ଜଣେ ଫାର୍ମାସୀଷ୍ଟି, ଜଣେ ଏ ଏନ୍ ଏମ୍, ଜଣେ ଏଲ୍ ଟି କାର୍ଯ୍ୟରତ ଥିବା ବେଳେ
ସୂଚନା କ୍ରମେ ଏବେ କିଛିଦିନ ହେଲା ଏଠି କାର୍ଯ୍ୟରତ ଆୟୁଷ ଡାକ୍ତର ଙ୍କ ସ୍ୱାସ୍ଥ୍ୟ ଗତ ଅସୁବିଧା ଯୋଗୁଁ ସେ କାର୍ଯ୍ୟ ରେ ଯୋଗ ଦେଉନାହାନ୍ତି । ଏଥିସହିତ ଏମ୍ ବି ବି ଏସ୍ ଡାକ୍ତର ଚାକିରି ଛାଡି ବା ରେଜିଗ୍ନେଶନ ଦେଇ ପଳାଇଛନ୍ତି । ବର୍ତ୍ତମାନ କରୋନା ସମୟରେ ଦୈନନ୍ଦିନ ଶତାଧିକ ରୋଗୀ ମାନେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆସନ୍ତି । ଏମ୍ ବି ବି ଏସ୍ ଡାକ୍ତର ନ ଥିବା ହେତୁ ବହୁ ରୋଗୀମାନେ ଏହି ସ୍ଵାସ୍ଥ୍ୟକେନ୍ଦ୍ର କୁ ଆସିବାକୁ ମଧ୍ଯ ମନ ବଳାଉ ନ ଥିବାର ମଧ୍ଯ ନଜର କୁ ଆସିଛି । ଏଥି ସହିତ ରୋଗୀ ମାନେ ଦୂର ଦୂରାନ୍ତ ସ୍ୱାସ୍ଥ୍ୟକେନ୍ଦ୍ର କୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି । ସୂଚନାରୁ ପ୍ରକାଶ ଯେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଟି ରାହାଡା ଗ୍ରାମବାସୀ ଙ୍କ ଅନୁରୋଧ କ୍ରମେ ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓ ଙ୍କ ପ୍ରଚେଷ୍ଟା କ୍ରମେ ୧୯୯୧ ମସିହାରେ ସ୍ଥାପିତ ହୋଇଥିଲା । ଏବେ ଅଳ୍ପ ଦିନ ତଳେ ଏଠି କାର୍ଯ୍ୟରତ ଏମ୍ ବି ବି ଏସ୍ ଡାକ୍ତର ଙ୍କ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚାକିରୀ ନିଯୁକ୍ତି ଯୋଗୁ ସେ ଏଠାରୁ ଚାକିରି ଛାଡିଥିବା ଜଣାପଡିଛି । ଏହି ସ୍ବାସ୍ଥକେନ୍ଦ୍ର ଟି ହାଇଦ୍ରାବାଦ ର କରୁଣା ଟ୍ରଷ୍ଟ ଦ୍ୱାରା ପରିଚାଳିତ ବୋଲି ସୂଚନା ମିଳିଛି । ଦେଖାଯାଉ ଏଠାରେ କେବେ ଡାକ୍ତର ନିଯୁକ୍ତି ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା । ଏ ଦିଗରେ ସ୍ଥାନୀୟ ରାଜନୈତିକ ବ୍ୟକ୍ତିବିଶେଷ ମାନେ କଣ କାର୍ଯ୍ୟପନ୍ଥା ଗ୍ରହଣ କରୁଛନ୍ତି ସେ ନେଇ ଜନସାଧାରଣ ମଧ୍ୟରେ ଉତ୍କଣ୍ଠା ଦେଖାଯାଇଛି । ଡାକ୍ତର ନିଯୁକ୍ତି ନେଇ ସି ଡି ଏମ୍ ଓ ଏବଂ ଟ୍ରଷ୍ଟ କର୍ତ୍ତୁପକ୍ଷ ଙ୍କ ସହ ଯୋଗାଯୋଗ ସମ୍ଭବପର ହୋଇପାରିନାହିଁ ।

ରିପୋର୍ଟ :ଭଞ୍ଜ କିଶୋର ମହାରଣା

LEAVE A REPLY

Please enter your comment!
Please enter your name here