ବୁଗୁଡା: ବୁଗୁଡା ବ୍ଲକ ଅନ୍ତର୍ଗତ ଅରଖପୁର, ବାଲିପଦର ଓ ପାଙ୍ଗିଡି ଗ୍ରାମ ପଞ୍ଚାୟତରେ ଜୁନ ୯ ତାରିଖ ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ସିଡିପିଓ ରଞ୍ଜିତା ତ୍ରିପାଠୀ ମିଳିତ ଭାବେ ଜନସାଧାରଣଙ୍କ ମଧ୍ୟରେ କୋଭିଡ ସଚେତନତା ସୃଷ୍ଟି କରିଥିଲେ। ସଠିକ ଭାବେ ମାସ୍କ ପରିଧାନ ଓ ସାମାଜିକ ଦୂରତା ଉପରେ ବିଧାୟକ ଶ୍ରୀ ସାହୁ ଗୁରୁତ୍ୱ ଦେଇଥିଲେ। ବିଭିନ୍ନ ପର୍ବ ପର୍ବାଣୀ ଓ ଭୋଜିଭାତରେ ବହୁ ଲୋକ ସମାଗମ ହେଉଥିବା ଯୋଗୁଁ କୋଭିଡ ସଂକ୍ରମଣ ବୃଦ୍ଧି ପାଇବ ଯଥେଷ୍ଟ ଆଶଙ୍କା ଥିବା ଯୋଗୁଁ ସେହି ସବୁ କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ବୁଗୁଡା ଅଞ୍ଚଳରେ କରୋନା ପଜିଟିଭ ସଂଖ୍ୟା କମୁଥିବା ବେଳେ ସମସ୍ତ ଜନସାଧାରଣ କୋଭିଡ କଟକଣାକୁ ସମ୍ମାନ ଜଣାଇ ନିୟମ ମାନି ଚାଲିଲେ ବୁଗୁଡା ଅଞ୍ଚଳ କରୋନା ମୁକ୍ତ ହୋଇପାରିବ ବୋଲି ବିଡ଼ିଓ ଶ୍ରୀ ପାତ୍ର ଓ ତହସିଲଦାର ଶ୍ରୀ ଜେନା ପ୍ରକାଶ କରିଥିଲେ। ଏହି ଅବସରରେ ବିଧାୟକ ଜନସାଧାରଣଙ୍କୁ ମାସ୍କ ବଣ୍ଟନ କରିବ ସହ କରୋନା ସଚେତନତା କରିଥିଲେ। କାର୍ଯ୍ୟକ୍ରମରେ ଅରଖପୁର ସମିତି ସଭ୍ୟ ତଥା ବୁଗୁଡା ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ୱାଇଁ, ତିନି ପଞ୍ଚାୟତର ସରପଞ୍ଚ, ବାଲିପଦର ଓ ପାଙ୍ଗିଡି ସମିତି ସଭ୍ୟ, ୱାର୍ଡ ସଭ୍ୟ ସଭ୍ୟା, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନୱାଡି ସୁପ୍ରଭାଇଜର, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ସ୍ବେଚ୍ଛାସେବୀ ଓ ବୁଦ୍ଧିଜୀବୀ ଅଂଶ ଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ।
ରିପୋର୍ଟ :ଅନିଲ କୁମାର ମହାରଣା