ପବିତ୍ର ଗଣେଶ ପୂଜା ଅବସରରେ ଶିଳ୍ପୀ ସତ୍ୟଙ୍କ ଅଭିନବ କଳାକୃତ୍ତି

0
231

ବ୍ରହ୍ମପୁର : ଭାଦ୍ରବ ମାସ ଶୁକ୍ଳପକ୍ଷ୍ୟ ଚତୁର୍ଥୀ ହେଉଛି ଆଦ୍ୟ ପୂଜ୍ୟ ବିଘ୍ନହର୍ତ୍ତା ଵିଦ୍ୟାଦେବ ଶ୍ରୀ ଗଣେଶଙ୍କ ପୂଜା | ଏହି ପବିତ୍ର ପୂଜା ଅବସରରେ ବାଲୁକାଶିଳ୍ପୀ ସତ୍ୟ ନାରାୟଣ ମହାରଣା ଗଢ଼ିଛନ୍ତି ଏକ ନିଆରା କଳାକୃତ୍ତି | ସେ ୧୧ ପ୍ରକାର ଖାଦ୍ୟ ଶସ୍ୟ ବ୍ୟବହାର କରି ପ୍ରଭୁ ଗଜାନନଙ୍କ ପ୍ରତିମା ଓ କାଠର ଅଷ୍ଟ ବିନାୟକ ତିଆରି କରିଛନ୍ତି ।କାନ୍ଦୁଲ ଡାଲି,ମୁଗ ଡାଲି,ବିରି ଡାଲି,ମସୁର ଡାଲି, ସାଗୁ ଦାନା,ସୋରିଷ,ଜିରା,ଡାଲିଆ କୋଳଥ,ଗହମ ଓ ଲବଙ୍ଗରେ ତିଆରି କରିଛନ୍ତି |ଗଣେଶଙ୍କ ମୂର୍ତ୍ତିର ଉଚ୍ଚତା ୧୮ ଇଞ୍ଚ୍ ଓ ଚଉଡା ୧୪ ଇଞ୍ଚ | ସେଇଭଳି କାଠରେ ତିଆରି ମୂର୍ତ୍ତି ୪ ଇଞ୍ଚରୁ ୯ ଇଞ୍ଚ୍ ପର୍ଯ୍ୟନ୍ତ ୮ଟି ଗଣେଶ ମୂର୍ତ୍ତି ତିଆରି କରାଯାଇଛି| ସତ୍ୟ ଏହା ଦ୍ୱାରା ବାର୍ତ୍ତା ଦେଉଛନ୍ତି ଯେ ସମସ୍ତେ ଗଣେଶଙ୍କୁ ଘରେ ପୂଜା କରନ୍ତୁ। ଗହଳିକୁ ଯାଆନ୍ତୁ ନାହିଁ ଓ ସୁରକ୍ଷିତ ରୁହନ୍ତୁ |

ରିପୋର୍ଟ :ନ୍ୟୁଜଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here