ଭିଜିଲାନ୍ସ ତଦନ୍ତ ଦାବିରେ ଭଞ୍ଜନଗର – ଫୁଲାବଣୀ ମୁଖ୍ୟରାସ୍ତାକୁ ଅବରୋଧ କଲେ ଗ୍ରାମବସୀ

0
718

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞାମ ଜିଲ୍ଲା ଭଞ୍ଜନଗର ବ୍ଲକରେ ଥିବା ମୁଜାଗଡ ପଞ୍ଚ।ୟତର ସରପଞ୍ଚ ଶିବ ଶଙ୍କର ପ୍ରଧାନ,ଗ୍ରାମ ସେବକ ଓ ଯୋଗାଣ ସହକାରୀ ସରକାରଙ୍କ ଖଦ୍ୟା ସୁରକ୍ଷା ଯୋଜନାରେ ଗରିବ ଶ୍ରେଣୀଙ୍କ ପାଇଁ ଆସିଥିବା ଚାଉଳ ଓ ଗହମ ହରିଲୁଟ କରିଥିବା ନେଇ ଭଞ୍ଜନଗର ଗୋଷ୍ଠି ଅଧିକାରୀ ଅନିଲ କୁମାର ସେଠୀ ତିନି ଜଣ ନାମରେ ଭଞ୍ଜନଗର ଥାନାରେ ଅଭିଯୋଗ କରିବା ପରେ ଅଭିଯୋଗକୁ ଭିତ୍ତି କରି ସରପଞ୍ଚ ଶିବ ଶଙ୍କର ପ୍ରଧାନକୁ ପୁଲିସ ଗିରଫ କରି କୋର୍ଟ ଚାଲଣ କରିଛି ।ମୁଜାଗଡ ପଞ୍ଚ।ୟତକୁ ବିଭିନ୍ନ ଯୋଜନାରେ ଆସିଥିବା ଅର୍ଥକୁ ସରପଞ୍ଚ ଶିବ ଶଙ୍କର ପ୍ରଧାନ ହରିଲୁଟ କରିଥିବା ନେଇ ଭିଜିଲ୍ଲାସ ତଦନ୍ତ କରିବାକୁ ନେଇ ଶନିବାର ସକାଳୁ ଭଞ୍ଜନଗର – ଫୁଲାବଣୀ ମୁଖ୍ୟରାସ୍ତାକୁ ବହୁ ଗ୍ରାମବସୀଙ୍କ ପକ୍ଷରୁ ୪ଘସମୟ ଧରି ରାସ୍ତା ଅବରୋଧ କରିବା ଫଳରେ ଦୁଇ ପାର୍ଶରେ ବହୁ ଯାନବାହନ ଅଟକି ରହିବା ଫଳରେ ଦୂର ଦୂରତାରୁ ଆସିଥିବା ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମୁଖ୍ୟନ ହେଇଥିଲେ ।ରାସ୍ତା ଅବରୋଧ ଖବର ପାଇ ଭଞ୍ଜନଗର ଭପ-ଜିଲ୍ଲାପାଳ ରାଜେନ୍ଦ୍ର ମଞ୍ଜା ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚ ଅବରୋଧ କାରୀକୁ ବୁଝାସୁଝାକରିବା ପରେ ରାସ୍ତା ଅବରୋଧ ହଟିଥିଲା

LEAVE A REPLY

Please enter your comment!
Please enter your name here