ବଡ ଭାଇର ଗୁଳି ମାଡରେ ସାନ ଭାଇ ଗୁରୁତର

0
266

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ଭଞ୍ଜନଗର ଗଞ୍ଜାମ ଜିଲ୍ଲା ତାରସିଙ୍ଗି ଥାନା ହାତୀଗୁଡା ଗ୍ରାମରେ ଏକ ଘଟିଛି ଅଭାବନୀୟ ଘଟଣା ଘଟିଛି। ବଡ ଭାଇର ଗୁଳି ମାଡ଼ରେ ସାନ ଭାଇ ଗୁରୁତର ଭାବେ ଆହତ ହୋଇଛି।ଗୁରୁତର ଜଣକ ହେଲେ ନରେନ୍ଦ୍ର ମଳିକ।ସୂଚନା ମୁତାବକ ଗୁରୁବାର ରାତ୍ରି ସମୟରେ କୌଣସି କଥାକୁ କେନ୍ଦ୍ର କରି ଦୁଇ ଭାଇ ମଧ୍ୟରେ ବଚସା ହୋଇଥିଲା।ବଚସା ଏତେ ଉଗ୍ରରୂପ ନେଇଥିଲା ଯେ ଶେଷରେ ବଡ ଭାଇ ଦେବେନ୍ଦ୍ର ମଳିକ ରାଗିଯାଇ ଘରେ ଥିବା ଦେଶୀ ବନ୍ଧୁକରୁ ସାନଭାଇ ଉପରକୁ ଗୁଳି ମାଡ଼ କରିଥିଲା।ସାନଭାଇ ଗୁରୁତର ଅବସ୍ଥାରେ ତଳେ ପଡିରହିଥିଲା।ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଂଚି ଗୁରୁତର କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲକୁ ପଠାଇଥିଲା।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଥିଲେ।ସେଠାରେ ନରେନ୍ଦ୍ରର ଚିକିତ୍ସା ଚାଲିଛି।ଗୁଳିମାଡର ପ୍ରକୃତ କାରଣ ଏ ଯାଏଁ ସ୍ପଷ୍ଟ ଜଣାପଡିନାହିଁ।ତାରାସିଂ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି।ଏ ଯାଏଁ କାହାରିକୁ ଗିରଫ କରାଯାଇନଥିବା ଜଣାପଡିଛି।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here