ଓଡ଼ିଆ ଯୁବକଙ୍କ କରୋନାରେ ଅକାଳ ମୃତ୍ୟୁ

0
496

ବେଗୁନିଆପଡା: ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସାଙ୍କୁଡ଼ା ଗ୍ରାମର ଯୁବକ ସଞ୍ଜୟ କୁମାର ସାହୁ (୩୫) ଙ୍କ ଗତକାଲି ବ୍ରହ୍ମପୁର ସ୍ଥିତ ଏକ ଏମ କେ ସି ଜି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥା ରେ ଦେହାନ୍ତ ହୋଇଯାଇଛି । ସେ କରୋନା ରେ ଆକ୍ରାନ୍ତ ଥାଇ ଚିକିତ୍ସିତ ହେଉଥିବା ଅବସ୍ଥାରେ ପରଲୋକ ହୋଇଥିବା ନେଇ ସୂଚନା ମିଳିଛି ।ସ୍ଵର୍ଗତ ସାହୁ ସାଙ୍କୁଡ଼ା ପଞ୍ଚାୟତ ର ଭିକାରୀ ଚରଣ ସାହୁ ଙ୍କ ଦ୍ଵିତୀୟ ପୁତ୍ର ଥିଲେ ।ସେ ସୁଦୂର ଓମାନରେ ଏକ କମ୍ପାନୀରେ ଚାକିରୀ କରୁଥିଲେ। ଗତ ୫ ତାରିଖ ଦିନ ନିଜ ଗାଁ ସାଙ୍କୁଡ଼ା କୁ ଫେରିଥିଲେ | ପରେ କୋଭିଡ ପଜିଟିଭ ଆସିବା ପରେ ମେଡିକାଲ ଯାଇଥିଲେ। ସ୍ବର୍ଗତ ସାହୁ ଙ୍କ ଏକ ପୁତ୍ର ସନ୍ତାନ ଅଛି |ସେ ଜଣେ ଅତ୍ୟନ୍ତ ସରଳ, ଶାନ୍ତ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ରିପୋର୍ଟ :ଭଞ୍ଜ କିଶୋର ମହାରଣା

LEAVE A REPLY

Please enter your comment!
Please enter your name here