ସାନିଟାଇଜେସନ ହେଲା ଶଙ୍କୁରୁ ଗ୍ରାମ

0
349

ବୁଗୁଡା: ଗଞ୍ଜାମ ଜିଲ୍ଲାରେ ବୁଗୁଡା ଅଞ୍ଚଳ କରୋନା ସଂକ୍ରମଣରେ ରେଡ଼ ଜୋନ ହୋଇଥବା ବେଳେ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବୁଗୁଡା ବ୍ଲକର ଶଙ୍କୁରୁ ଗ୍ରାମର ଜଣେ ବ୍ୟକ୍ତିଙ୍କ କୋଭିଡ ହସପିଟାଲରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗ୍ରାମରେ ଜ୍ବରରେ ମୃତ୍ୟୁ ବରଣ କରିଥିଲେ। ପଜିଟିଭି ଚିହ୍ନଟ ପରେ ଶଙ୍କୁରୁ ଗ୍ରାମର ଜଣେ କଟକରେ ଓ ଦୁଇଜଣ ବ୍ରହ୍ମପୁରରେ ଚିକିତ୍ସା ହେଉଛନ୍ତି। ମଇ ୩୧ ତାରିଖ ଦିନ ବିଧାୟକ ଶ୍ରୀକାନ୍ତ ସାହୁ, ବିଡ଼ିଓ ତନ୍ମୟ ପାତ୍ର କରୋନା ସଚେତନତା କାର୍ଯ୍ୟକ୍ରମରେ ଶଙ୍କୁରୁ ପାଞ୍ଚାୟତ ଯାଇଥିବା ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା ଓ ଗ୍ରାମବାସୀ ବୃନ୍ଦ ଶଙ୍କୁରୁ ଗ୍ରାମକୁ ସାନିଟାଇଜେସନ କରିବାକୁ ଅନୁରୋଧ କରିଥିଲେ। ଆଜି ଜୁନ ୨ ତାରିଖ ଦିନ ବୁଗୁଡା ଅଗ୍ନିଶମ ଅଧିକାରୀ ସଞ୍ଜୟ କୁମାର ରାଉତଙ୍କ ନିର୍ଦ୍ଦଶ କ୍ରମେ ଅଗ୍ନିଶମ ବିଭାଗ କର୍ମଚାରୀ ବୃନ୍ଦ ଶଙ୍କୁରୁ ଗ୍ରାମରେ ଜୀବାଣୁ ମୁକ୍ତ ଔଷଧ ସିଞ୍ଚନ କରି ଗ୍ରାମକୁ ବିଶୋଧନ କରିଛନ୍ତି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here