କୋଦଳା ଏନଏସିରେ ସୌନ୍ଦର୍ଯ୍ୟ କରଣ ‘ଜିରୋ

0
310

କୋଦଳା(ସୁର୍ଯ୍ୟ ନାରାୟଣ ଷଡଙ୍ଗୀ) ସହରାଞ୍ଚଳ ମାନଙ୍କରେ ସ୍ୱଛତା, ସୌନ୍ଦର୍ଯ୍ୟ କରଣ ରଖିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ଯୋଜନା ଅବଲମ୍ବନ କରାଯାଇଛି l ସେଥି ମଧ୍ୟରୁ ସହରକୁ ସୌନ୍ଦର୍ଯ୍ୟ କରଣ କରିବା ନିମନ୍ତେ ରାଜକୋଷରୁ ପ୍ରତ୍ୟେକ ଏନଏସିକୁ କୋଟିକୋଟି ଟଙ୍କା ବିନିଯୋଗ ହୋଇଛି l କିନ୍ତୁ ଗଞ୍ଜାମ ଜିଲ୍ଲା କୋଦଳା ଏନଏସିରେ ସୌନ୍ଦର୍ଯ୍ୟ କରଣର ଛବି ଅଦୃଶ୍ୟ ହୋଇଯାଇଛି l ବିଭିନ୍ନ ରଙ୍ଗ ବେରଙ୍ଗର ଚିତ୍ର କାନ୍ଥ ମାନଙ୍କରେ ଦିଶୁନାହିଁ l ଯାହାଦ୍ୱାରା ସାସ୍କୃତିକ, ପରମ୍ପରା, କୃଷିଭିର୍ତ୍ତିକ ଛବି ଅଞ୍ଚଳରେ ମଳିନ ହୋଇଯାଇଛି l ଦୀର୍ଘ ମାସ ଧରି ଏହି କାର୍ଯ୍ୟ ଚାଲୁଥିଲେ ମଧ୍ୟ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ତହସିଲ ପଡିଆ ମଧ୍ୟରେ ଏହା ସୀମିତ ହୋଇ ରହିଯାଇଛି l ସେଠାରେ କୁନି ପିଲାଙ୍କୁ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି l ଆର୍ଟ କ୍ଷେତ୍ରରେ ଅଧ୍ୟୟନ କରିଥିବା ବ୍ୟକ୍ତି ମାନଙ୍କୁ ଏଥିରେ ସାମିଲ କରାନଯିବା ଅଭିଯୋଗ ହେଉଛି l ଏନଏସିରେ ୧୩ଟି ୱାର୍ଡ ଥିବା ବେଳେ କୌଣସି ସ୍ଥାନ ମାନଙ୍କରେ ସୌନ୍ଦର୍ଯ୍ୟ କରଣର ଛବି ଦେଖିବାକୁ ମିଳୁନାହିଁ l ଅନ୍ୟ ସହର ମାନଙ୍କରେ ସୌନ୍ଦର୍ଯ୍ୟ କରଣରେ ଆଖି ଲାଖି ଯାଉଥିବା ବେଳେ କୋଦଳା ଏନଏସିରେ ତାହା ଅଦୃଶ୍ୟ ହୋଇଯାଇଛି l ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବୃଦ୍ଧିଜିବି ମହଲରେ ଦାବି ହୋଇଛି l

LEAVE A REPLY

Please enter your comment!
Please enter your name here