ଡ଼ଃ ଗଙ୍ଗାଧର ତ୍ରିପାଠୀଙ୍କ ବିୟୋଗରେ କେଶପୁର କଲେଜ ଓ ଖଲ୍ଲିକୋଟ କୋର୍ଟ ପରିସରରେ ଶୋକସଭା ଅନୁଷ୍ଠିତ

0
339

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) ଓଡିଶା ହାଇକୋର୍ଟ ବାର ଆସୋସିଏସନର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇବଜିବୀ ତଥା ବରିଷ୍ଠ ସମାଜସେବୀ ଡ଼ଃ ଗଙ୍ଗାଧର ତ୍ରିପାଠୀଙ୍କର ଆକସ୍ମିକ ବିୟୋଗରେ କେଶପୁର ସ୍ନାତକ ମହାବିଦ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବିନୋଦ ବିହାରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ମହାବିଦ୍ୟାଳୟର ଶିକ୍ଷକ ତଥା କର୍ମଚାରୀ ପରିଷଦର ସମ୍ପାଦକ ଅଶୋକ କୁମାର ପଲାଇ ସ୍ବର୍ଗତ ତ୍ରିପାଠୀଙ୍କର ବହୁମୁଖି ପ୍ରତିଭା ତଥା ଖଲ୍ଲିକୋଟ ଅଂଚଳର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଯଥା କେଶପୁର ମହାବିଦ୍ୟାଳୟର ପ୍ରତିଷ୍ଠା, ପଥରା ବାଲନ୍ତର ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା, ପଥରା ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଆଲ୍ଲାହାବାଦ ବ୍ୟାଙ୍କ ପ୍ରତିଷ୍ଠା, କାଳିଜାଇ ପସେଞ୍ଜର ହଲଟର ପ୍ରତିଷ୍ଠା ପ୍ରଭୃତି କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ କ୍ଷେତ୍ରରେ ଆଲୋକପାତ କରିଥିଲେ।ଏହି ଶୋକସଭାରେ ଅଧ୍ୟାପକ ଵିଷ୍ଣୁ ପ୍ରସାଦ ଦାସ, ସନ୍ତୋଷ ପ୍ରଧାନ, ସବିତା ପାଢ଼ୀ, ଉଲ୍ଲାସ ପାତ୍ର, ଘନଶ୍ୟାମ ମହାରଣା, ସଂଗୀତା ମିଶ୍ର, ସୁଭସ୍ମିତା ଲେଙ୍କା, ଗଗନ ଗୌଡ଼, ଗ୍ରନ୍ଥପାଳ ସୁଧାକର ପଲେଇ, ସନ୍ତୋଷ ସାହୁ ,ବିଭୁତି ତ୍ରିପାଠୀ ସମେତ ଅନ୍ୟାନ୍ୟ କର୍ମଚାରୀ ଯୋଗ ଦେଇଥିଲେ।ସେହିପରି ବରିଷ୍ଠ ଆଇନଜୀବୀ ଗଙ୍ଗାଧର ତ୍ରିପାଠୀଙ୍କ ବିୟୋଗ ରେ ଖଲ୍ଲିକୋଟ ଓକିଲ ସଂଘ ତରଫରୁ ମଧ୍ୟ ଏକ ଶୋକସଭା ଆଜି ଅନୁଷ୍ଠିତ ହୋଇଥିଲା ।ସ୍ବର୍ଗତ ଗଙ୍ଗାଧର ତ୍ରିପାଠୀଙ୍କ ସ୍ମୃତି ଚାରଣ କରିବା ସହ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।ଓକିଲ ସଂଘର ସମ୍ପାଦକ ଜ୍ୟୋତିଷ ନନ୍ଦ, ଉପସଭାପତି ରମେଶ ତରେଇ, ସେମିନାର ସମ୍ପାଦକ ଶ୍ରୀ ମିଶ୍ର ଙ୍କ ସମେତ ବହୁ ଆଇନଜୀବୀ ଏହି ଶୋକସଭା ରେ ଉପସ୍ଥିତ ଥିଲେ ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here