କେରଳ ଛୁଇଁଲା ମୌସୁମୀ

0
349

ଭୁବନେଶ୍ୱର: କେରଳ ଛୁଇଁଲା ମୌସୁମୀ । ମୌସୁମୀ ପ୍ରଭାବରେ କେରଳରେ ବର୍ଷା ଆରମ୍ଭ ହୋଇଯାଇଛି ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଛୁଇଁଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ସୋମବାର ଅର୍ଥାତ ଆଜି ମୌସୁମୀ କେରଳ ଛୁଇଁଥିବା ବେଳେ ଆଗାମୀ ୧୦ ଦିନ ମଧ୍ୟରେ ଓଡ଼ିଶାରେ ପହଞ୍ଚିବ ବୋଲି ପୂର୍ବରୁ ଅନୁମାନ କରାଯାଇଛି । ତେବେ ଚଳିତବର୍ଷ ମୌସୁମୀ ପ୍ରଭାବରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ । ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି । ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣିବାରେ ସଫଳ ହୋଇଛି ।

ସେପଟେ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗିରହିବ । ଉତ୍ତର ଓ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବ । ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ କହିଛି ।ଓଡ଼ିଶାରେ ସ୍ବାଭାବିକ ମୌସୁମୀ ପ୍ରବେଶ ସମୟ ୧୧ରୁ ୧୫ ଜୁନ୍ ଥିବା ବେଳେ ୧୦ ଓ ୧୧ ତାରିଖରେ ରାଜ୍ୟର ଅଂଧିକାଶ ଅଞ୍ଚଳରେ ମଧ୍ୟମରୁ ଭାରି ବର୍ଷା ହେବାର ସମ୍ଭାବନା ଅଛି। ତେବେ ଏହାକୁ ପ୍ରାକ୍ ମୌସୁମୀ ବର୍ଷା କିମ୍ବା ମୌସୁମୀ ବର୍ଷା କୁହାଯିବ, ତାହା ଓଡ଼ିଶାର ଦକ୍ଷିଣରେ ଥିବା ରାଜ୍ୟମାନଙ୍କର ବର୍ଷାର ପରିମାଣ ଉପରେ ନିର୍ଭର କରିବ। ୧୦ ଓ ୧୧ ତାରିଖର ସମ୍ଭାବ୍ୟ ବର୍ଷା, ପ୍ରାକ୍‌ ମୌସୁମୀ ହେଉ କି ମୌସୁମୀ ବର୍ଷା, ଏହା ଚାଷ ପାଇଁ ଅନୁକୂଳ ରହିବ।

LEAVE A REPLY

Please enter your comment!
Please enter your name here