ସଦର ଥାନା ପୋଲିସର ଜୁଆ ଆଡ୍ଡା ଚଢ଼ାଉ:୫ଗିରଫ

0
471

କୁକୁଡ଼ାଖଣ୍ଡି:ବ୍ରହ୍ମପୁର ସଦର ଥାନା ପୋଲିସ ପକ୍ଷରୁ ବ୍ରଜନଗର ଅଞ୍ଚଳରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି।ସୂଚନା ପ୍ରକାରେ ଜାଣିବାକୁ ମିଳିଛି ଯେ,ସଦର ଥାନା ଅନ୍ତର୍ଗତ ବ୍ରଜନଗର ଅଞ୍ଚଳରେ ସନ୍ତୋଷ କୁମାର ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଘରେ ଜୁଆ ଆଡ୍ଡା ଚାଲିଥିବା ନେଇ ସଦର ଥାନା ଅଧିକାରୀ କୌଣସି ସୂତ୍ରରୁ ଖବର ପାଇଥିଲେ।ଥାନା ଅଧିକାରୀ ମହେନ୍ଦ୍ର ସାହୁଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ସନ୍ଧ୍ୟା ସମୟରେ ସଦର ଥାନା ପୋଲିସ ଟିମ୍ ଓ ନିମଖଣ୍ଡି ଫାଣ୍ଡି ପୋଲିସ ଟିମ୍ ମିଳିତ ଭାବେ ଚଢ଼ାଉ କରିଥିଲେ।ଏହି ଚଢ଼ାଉରେ ୫ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨୨ହଜାର ୮ଶହ ଟଙ୍କା,୫ )ଟି ମୋବାଇଲ,୨ଟି ମୋଟର ସାଇକେଲ ଏବଂ ୨ ପ୍ୟାକେଟ ତାସ୍ ଜବତ କରାଯାଇଛି।ଗିରଫ ଜୁଆଡି ଙ୍କ ବିରୋଧରେ ସଦର ଥାନାରେ ୧୬୭/୨୧ ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ସେମାନଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି।ଏହି ଚଢ଼ାଉରେ ନିମଖଣ୍ଡି ଫାଣ୍ଡି ଅଧିକାରୀ ଜ୍ୟୋତିରଞ୍ଜନ ବେହେରାଙ୍କ ସହ ନିମଖଣ୍ଡି ଫାଣ୍ଡି ପୋଲିସ ଟିମ୍ ଓ ସଦର ପୋଲିସ ଟିମ୍ ସାମିଲ ଥିଲେ।

ରିପୋର୍ଟ :ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here