ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ଯଂଜୟ ମହାପାତ୍ରଙ୍କୁ ସମ୍ବର୍ଦ୍ଦନା ଦେଲେ ଭି ଚନ୍ଦ୍ରଶେଖର ନାଇଡୁ

0
282

ନୂଆଦିଲ୍ଲୀ:ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ଯୁଂଜୟ ମହାପାତ୍ରକୁଂ ନୂଆଦିଲ୍ଲୀରେ ସୌଜନ୍ଯମୂଳକ ସାକ୍ଷାତ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥି ଭି ଚନ୍ଦ୍ରଶେଖର ନାଇଡୁ।ଗତ ମହାବାତ୍ଯା “ୟଶ”କୁ ସଠିକ ସମୟରେ ସଠିକ ଆକଳନ କରି ଓଡିଶାର ଉପକୂଳବର୍ତ୍ତି ଜିଲ୍ଲା ମାନଂକରେ ହଜାରହଜାର ଜନସାଧାରଣକଂ ବହୁମୂଲ୍ଯ ଜୀବନ ଓ ବ୍ଯକ୍ତିଗତ ସମ୍ପତ୍ତି ସୁରକ୍ଷିତ କରିଥିବାରୁ ଶ୍ରୀ ନାଇଡୁ ତାଂକୁ ପିଷ୍ପଗୁଛ ଓ ଉତ୍ତରୀଅ ଦେଇ ସମ୍ମାନୀତ କରିଛନ୍ତି।ଗତ ମେ ୨୬ ତାରିଖ ଦିନ ମହାବାତ୍ଯା “ୟଶ”କୁ ପ୍ରାୟ ଏକ ସପ୍ତାହ ୂର୍ବରୁ ଠାବ କରିବା ସହ ଏହାର ପ୍ରଭାବ,ତୀବ୍ରତା,ଲ୍ଯାଣ୍ଡଫଲ ପ୍ରଭୁତି ଆକଳନ କରି ସରକାର ଓ ପ୍ରକୃତିକ ବିପଯ୍ଯୟ ପ୍ରଶମନ ବିଭାଗକୁ ଦିଗଦର୍ଶନ ଦେଇଥିଲେ।୧୮୭୫ ମସିହାରେ ପ୍ରତିଷ୍ଠିତ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ର ୧୪୨ ବର୍ଷର ଇତିହାସରେ ଡକ୍ଟର ମହାପାତ୍ର ଏକ ମାତ୍ର ଓଡିଆ ଭାବେ ଏହାର ମହାନିର୍ଦ୍ଦେଶକ ଭାବେ ଦାୟୀତ୍ବ ଗ୍ରହଣ କରି ପାଣିପାଗ ବିଜ୍ଞାନ କେନ୍ଦ୍ରକୁ ସଠିକ ନେତୃତ୍ବ ଦେଉଛନ୍ତି।ସାରା ଦେଶରେ ବର୍ତ୍ତମାନ ୩୦ ଟି ମନିଟରିଂ ଷ୍ଟେସନ,ଲୋ ଅରବିଟ ସାଟେଲାଇଟ,ହାୟର ଅରବିଟ ସାଚେଲାଇଟ,ଇନସାଟ 1A,2B,,2C,ଓଡିଶାରେ ୩ଟି ମଧ୍ଯରୁ ବ୍ରହ୍ମପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ଗୋପାଳପୁରରେ ଗୋଟିଏ ଡପଲାର ରାଡାର କାଯ୍ଯ ସେ ତଦାରଖ କରୁଛନ୍ତି।ଏହାସହ ୧୦ ପେଟାବାଇଟ ସୁପର କମ୍ପ୍ଯଟର ଓ ବିଭିନ୍ନ ମଡେଲ ବ୍ଯବହାର କରି ଆଗୁଆ ସୂଚନା ପାଇ ଧନ ଜୀବନର ସୁରକ୍ଷା କରୁଛନ୍ତି।
ଏହା ସହ ଆଜି ଉଭୟକଂ ଆଲୋଚନା ବେଳେ ଶ୍ରୀ ମହାପାତ୍ର ରାଜ୍ଯବାସୀକ ପାଇଁ ଏକ ଶୂଭ ସୂଚନା ଦେଇଛନ୍ତି।କହିଛନ୍ତି ଚଳିତ ବର୍ଷ ଓଡିଶାରେ ସଠିକ ସମୟରେ ମୌସୂମୀ ବର୍ଷା ଠିକ ସମୟରେ ହେବ।କୃଷି ପ୍ରଧାନ ଓଡିଶାରେ ସାଧାରଣ ମୌସୂମୀ ବର୍ଷା ସଠିକ ସମୟରେ ଆସିବା ଏକ ବରଦାନ ସଦୃଶ୍ଯ ବୋଲି ଯାହା ରାଜ୍ଯର ଆର୍ଥିକ ଅଭିବୃଦ୍ଦିରେ ବେଶ ସହାୟକ ହେବ ବୋଲି ଶ୍ରୀ ନାଇଡୁ କହିଛନ୍ତି।ବର୍ତ୍ତମାନର କୋଭିଡ ମହାମାରୀ ଆର୍ଥିକ ଅଭିବୃଦ୍ଦି,ସ୍ବାସ୍ଥ୍ଯ,ଶିକ୍ଷା କୁ ଧ୍ବସଂ କରିଥିବା ବେଳେ ମୌସୂମୀ ସଂପର୍କିତ ସୂତନା ଭଲ ଖବର ବୋଲି ଶ୍ରୀ ନାଇଡୁ ପ୍ରକାଶ କରିଛନ୍ତି।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here