ଦୁର୍ଦ୍ଧାନ୍ତ ଅପରାଧୀ ଶିବ ସେଠୀ ସହ ୮ସହଯୋଗୀ ଗିରଫ

0
937

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବଡ଼କୁସ୍ତଳୀ ଗ୍ରାମର ଶିବରାମ ସେଠୀ ନିଜ ସହଯୋଗୀଙ୍କ ସହ ଚୋରି, ଡ଼କାୟତି, ଦାଦାବଟି ଆଦାୟ, ଆକ୍ରମଣ ପରି ନାନା ଅପରାଧମାନ ଘଟାଇ ଆସୁଥିଲା । ଏନେଇ ନରେନ୍ଦ୍ରପୁର ଓ ଆଖପାଖ ଅଞ୍ଚଳର ଗ୍ରାମବାସୀ ଶିବର ଆତଙ୍କରୁ ରକ୍ଷା କରିବା ପାଇଁ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ନିକଟରେ ଅଭିଯୋଗ କରିଥିଲେ | କୌଣସି ସୂତ୍ରରୁ ଖବର ପାଇବାପରେ ଏସ୍ପିଙ୍କ ନିର୍ଦ୍ଧେଶ କ୍ରମେ ଗୁରୁବାର ଦିନ ଗୋପାଳପୁର ଥାନା ଅଧିକାରୀଙ୍କ ତତ୍ୱାବଧାନରେ ତାଙ୍କର ସହଯୋଗୀ କର୍ମଚାରିମାନେ ବଡ଼କୁସ୍ତଳୀ ଗ୍ରାମର ଉପକଣ୍ଠରେ ଜଗିରହିଥିଲେ | ସନ୍ଧ୍ୟା ପ୍ରାୟ ୬ଘଣ୍ଟା ସମୟରେ ଦୁର୍ଦ୍ଧାନ୍ତ ଅପରାଧୀ ଶିବ ସେଠୀକୁ ଧରିବା ପାଇଁ ଛାପା ମାରିଥିଲେ |

ପ୍ରତିଉତ୍ତରରେ ଶିବ ପୋଲିସଙ୍କ ଉପରକୁ ବୋମା ମାଡ କରିବା ସହ ଜୀବନରେ ମାରିବା ପାଇଁ ଗୁଳି ଚଳାଇଥିଲା | କିନ୍ତୁ ସାହାସୀକତାର ସହ ନିଜ ଜୀବନକୁ ଖାତିର ନ କରି ମୁକାବିଲା କରି ପୋଲିସ ଦଳ ଶିବ ଓ ତାର ୮ଜଣ ସହଯୋଗୀଙ୍କୁ କାବୁ କରିବାରେ ସଫଳ ହୋଇଥିଲେ | ଏହା ସହ ପୋଲିସ ଗୋଟିଏ ଦେଶୀ ବନ୍ଧୁକ,ଦୁଇଟି ଜୀବନ୍ତ ଗୁଳି,୬ଟି ଜୀବନ୍ତ ହାତ ତିଆରି ବୋମା,ଦୁଇଟି ବଡ ଖଣ୍ଡା ଓ ୩ଟି ମୋବାଇଲ ଜବତ କରିଥିଲେ |

ଗିରଫ ହୋଇଥିବା ଅଭିଯୁକ୍ତମାନେ ବଡ଼କୁସ୍ଥଳୀ ଗ୍ରାମର ଜିତୁ ସେଠୀ, ବିଶ୍ୱନାଥ ରେଡ୍ଡି, ଶଙ୍କର ସେଠୀ, ଶଙ୍କର ରେଡ୍ଡି, ତିରୁପତି ରେଡ୍ଡି, ଅଜୟ ସେଠୀ ଓ ସୁନୀଲ ସେଠୀ । ତେବେ ଆଉ ଜଣେ ନାବାଳକ ହୋଇଥିବାରୁ ପୁଲିସ ତା ସଂପର୍କରେ ସୂଚନା ଦେଇନାହାନ୍ତି । | ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି | ଏସ୍ପି ଶ୍ରୀ ପିନାକ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ଶିବ ଗୋପାଳପୁର, ବିଏନପୁର ଓ ସଦରଥାନାର ୮ଟି ଭିନ୍ନ ଭିନ୍ନ ମାମଲାରେ ସଂପୃକ୍ତ ଅଛି |

LEAVE A REPLY

Please enter your comment!
Please enter your name here