ଆନୁମାନିକ ୫ ଲକ୍ଷ ଟଙ୍କାର ଗୁଟ୍‌ଖା ଜବତ,ଜଣେ ଗିରଫ

0
320

ପାରଳାଖେମୁଣ୍ଡି (ବସନ୍ତ କୁମାର ପଣ୍ଡା) ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କାଶୀନଗର ଥାନା ଅଧୀନରେ ଥିବା ପୋଲିସ ଗତକାଲି ରାତିରେ କୌଣସି ବିଶେଷ ସୂତ୍ରରୁ ଖବର ପାଇ କେ. ସୀତାପୁର ପଞ୍ଚାୟତ ଅଧୀନସ୍ଥ ରାମେୟାପେଟା ଗ୍ରାମର ଏକ ପରିତ୍ୟକ୍ତ ଘର ଉପରେ ଚଢାଉ କରିଥିବା ବେଳେ ସେଥି ୯୩ ଜରିବସ୍ତା ଗୁଟ୍‌ଖା ଜବତ କରିଛି । ଗୁଟ୍‌ଖାର ଅନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉଦ୍ଧ୍ୱ ହେବ ବୋଲି କାଶୀନଗର ଥାନା ଅଧିକାରୀ ସୁଶାନ୍ତ ସାହୁ ସୂଚନା ଦେଇଛନ୍ତି । ଏହି ଘଟଣାରେ ମିନିଗାଁ ନିବାସୀ ସାସୁପଲ୍ଲୀ ଶ୍ରୀଧରଙ୍କୁ ସନ୍ଦେହରେ ଥାନାରେ ଅଟକ ରଖାଯିବା ସହ ପଚରାଉଚୁରା କରାଯାଉଛି ବୋଲି କାଶୀନଗର ଥାନା ଅଧିକାରୀ କହିଛନ୍ତି । ଅଭିଯୁକ୍ତଙ୍କ ନାମରେ କାଶୀନଗର ଥାନାରେ ୧୧/୨୧ ଏକ କେସ୍ ରୁଜୁ କରାଯାଇଛି । ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛିା ବେଆଇନ୍ ଗୁଟ୍‌ଖା କାରବାର ସହ ସଂପୃକ୍ତ ଅନ୍ୟମାନେ ଖୁବ୍ ଶୀଘ୍ର ଧରା ପଡିଯିବେ ବୋଲି ସୂଚନା ଦେଇଛନ୍ତି କାଶୀନଗର ଥାନା ଥାନାଧିକାରୀ ।

LEAVE A REPLY

Please enter your comment!
Please enter your name here