ଖଲ୍ଲିକୋଟ କଲେଜର ୧୯୮୬ ଯୁକ୍ତ ଦୁଇ କଳା ବ୍ୟାଚର ବନ୍ଧୁ ମିଳନ ଅନୁଷ୍ଠିତ

0
314

ବ୍ରହ୍ମପୁର(ରଶ୍ମିତା ପାଣିଗ୍ରାହୀ)୧୯୮୬ ବ୍ୟାଚ ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ ପଢିଥିବା ବନ୍ଧୁ ମାନଙ୍କୁ ନେଇ ଗଠିତ “ମିଲନ ଗ୍ରୁପ”ପ୍ରତିବର୍ଷ ହୋଇ ଆସୁଥିବା ବନ୍ଧୁ ମିଳନ ହୋଟେଲ “ରାଜ୍ ଇନ”ଠାରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ହରେଇଥିବା ବନ୍ଧୁ ମାନଙ୍କ ଆତ୍ମାର ସଦଗତି ପାଇଁ ନିରବ ପ୍ରାଥନା କରା ଯାଇଥିଲା।ଏଥିରେ ରଶ୍ମିତା ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ପ୍ରଣୟ ପଣ୍ଡା ସମ୍ପାଦକ ବିବରଣୀ ପାଠ କରିଥିଲେ,ଉପ ସଭାପତି ଓ ସହ ସମ୍ପାଦକ ଭାବେ କବିତା ପାତ୍ର,ସନ୍ଧ୍ୟରାଣୀ ମହାରଣା ଉପସ୍ଥିତ ଥିଲେ। ନିଜ ଲିଖିତ କବିତା “ବନ୍ଧତ୍ୱ” ଗୋକୁଳ ତ୍ରିପାଠୀ ପାଠ କରିଥିଲେ।ନିଜ ନିଜ ଅନୁଭୂତି ବଖାଣି ପ୍ରଥମ ଅଧିବେଶନ ସାରି “ମିଲନ କେକ୍” କାଟି ନାଚ ଗୀତ କରି ବନ୍ଧୁମାନେ ଖୁସି ମନେଇଥିଲେ।ମିଲନ ଗ୍ରୁପ ପକ୍ଷରୁ ଶକ୍ତିଧର ରାଜଗୁରୁ,ଅରୁଣ ପାତ୍ର, ଅଜିତ ପାତ୍ର, ପ୍ରଶାନ୍ତ ରଥ ଙ୍କୁ କୋଭିଡ଼ ଯୋଦ୍ଧା ଭାବେ ସମ୍ମାନିତ କରା ଯାଇଥିଲା।ଶେଷରେ ଜରାଶ୍ରମ ବାସୀଙ୍କୁ ଖାଦ୍ୟ ପୁଡ଼ିଆ ବଣ୍ଟନ କରା ଯାଇଥିଲା।

LEAVE A REPLY

Please enter your comment!
Please enter your name here