ଜିଲ୍ଲାପାଳ ଙ୍କ ସୋରଡ଼ା ଗସ୍ତ ; ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା

0
381

ସୋରଡା(ନିଲୁ ବିଷୋୟୀ) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ସୋରଡା ବ୍ଳକ୍ ଗସ୍ତ କରି କରୋନା ପାଇଁ ସର୍ତ୍ତକତା ମୂଳକ ପଦକ୍ଷେପ ନେବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସେହିପରି ସୋରଡା ବ୍ଳକ ସମୀଳନୀ କକ୍ଷରେ ଯୋଗ ଦେଇ ବର୍ତ୍ତମାନ କରୋନାର ଦ୍ବତୀୟ ଲହରୀ ଆରମ୍ଭ ହୋଇଥିବା ଆଭାସ ମିଳୁଥିବା ଯୋଗୁ ବର୍ତ୍ତମାନ ଠାରୁ ହିଁ ଆମ ମାନ ଙ୍କୁ ବହୁତ ସଜାଗ ରହିବାର ଅଛି ନ ହେଲେ ପରବର୍ତୀ ସମୟ ରେ ଆମେ ମାନେ ହିଁ ଶିକାର ହେବାର ଅଧିକ ଆଶା ରହିଛି ତେଣୁ ଏବେ ଠୁ ହିଁ ଜାଗ୍ରତ ରହିବା ଦରକାର ବୋଲି ଜିଲ୍ଲାପାଳ କହିଛନ୍ତି । ଏହା ସହ କୋଭିଡ ରେ କାର୍ଯ୍ୟରତ କର୍ମଚାରୀ ଓ ସରପଞ୍ଚ ମାନକୁ ଧନ୍ୟବାଦ ଦେଇଥିଲେ ଗଂଜାମ ଜିଲ୍ଲା ରେ କୋରନା ର ସଂକ୍ରମଣ ହ୍ରାସ ରେ ସେମାନେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ।ଆଜି ଠାରୁ ଜିଲ୍ଲାରେ ଘରକୁ ଘର ବୁଲି ସ୍ବାସ୍ଥ ଯାଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ଶ୍ରୀ କୁଲାଙ୍ଗେ ପ୍ରକାଶ କରିଛନ୍ତି। ବିଶେଷ କରି ଗ୍ରାମାଞ୍ଚଳରେ ଲୋକ ମାନଙ୍କ ଆର୍ଥିକ ସ୍ଥିତି ଭୂଶୁଡି ପଡିଥିବା ବେଳେ ନରେଗାରେ ଅଧିକରୁ ଅଧିକ ଶ୍ରମ ଦିବସ ସୃଷ୍ଟି କରିବା ପାଇଁ କହିଥିଲେ। ଏଥି ନିମିତ୍ତ ସବୁ ପଞ୍ଚାୟତରେ ଆବଶ୍ୟକ ଅଙ୍ଗନବାଡି କେନ୍ଦ୍ର,ପୋଖରୀ,ହୁଡା ନିର୍ମାଣ, ମୋ ଉପକାରୀ ବଗିଚା , ଖେଳପଡିଆ,ସରକାରୀ କୋଠା,ବୃକ୍ଷ ରୋପଣ ଆଦି ନରେଗାରେ ଯୋଜାନାରେ ଅର୍ନ୍ତଭୁକ୍ତ କରି ଲୋକ ମାନଙ୍କୁ ନିୟୋଜିତ କରିବା ପାଇଁ ସମସ୍ତ ଜନପ୍ରତିନିଧି ଓ ଅଧିକାରୀ ମାନଙ୍କୁ କହିଥିଲେ। ଏହା ସହ ଲୋକ ମାଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ରେ ମଧ୍ୟ ବୁଝି ଥିଲେ । ଜିଲ୍ଲାପାଳ ଙ୍କ ଏହି ଗ୍ରସ୍ତ ସମୟରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ , ବିଡ଼ିଓ ସୀମାଞ୍ଚଳ ମଣ୍ଡଳ, ତହସିଲଦାର ରବୀନ୍ଦ୍ର କୁମାର ମିଶ୍ର,ଏନଏସି କାଯ୍ୟ ନିର୍ବାହୀ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here