ଖଲ୍ଲିକୋଟରେ କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବା ୩ଟି ଦୋକାନ ୭ଦିନ ପାଇଁ ସିଲ କଲେ ଖଲ୍ଲିକୋଟ ତହସିଲଦାର

0
369

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) ସରକାରଙ୍କ କୋଭିଡ ନିୟମକୁ ମାନୁନାହାନ୍ତି ଅମାନିଆ । ଫଳରେ ସଂକ୍ରମଣ ବୃଦ୍ଧି ପାଉଛି ।ସରକାର ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସକାଳ ୭ଟାରୁ ଦିନ ୧୧ ଟା ପର୍ଯ୍ୟନ୍ତ ଦୋକାନ ଖୋଲିବା ପାଇଁ ଅନୁମତି ଦେଇଛନ୍ତି । ତେବେ କେତେକ ବ୍ୟବସାୟୀ ଏହାକୁ ଅମାନ୍ୟ କରି ଦୀର୍ଘ ସମୟ ଧରି ଦୋକାନ ଖୋଲି ବ୍ୟବସାୟ କରୁଥିବା ଦେଖିବାକୁ ମିଳୁଛି । ଆଜି ଖଲ୍ଲିକୋଟରେ ନିର୍ଦ୍ଧାରିତ ସମୟ ଠାରୁ ଅଧିକ ସମୟ ଦୋକାନ ଖୋଲା ରଖିଥିବା ରୁ ୩ ଟି ଦୋକାନ କୁ ସିଲ କରିଛି ପ୍ରଶାସନ । ଖଲ୍ଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକ ଆଜି ଦିନ ସାଢେ ବାରଟା ସମୟରେ ବସଷ୍ଟାଣ୍ଡ ଠାରେ ଥିବା ଦୀପକ ଫଟୋ ଷ୍ଟୁଡ଼ିଓ, ଜିତ ଇଲେକ୍ଟ୍ରୋନିକ୍ସ ଓ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ମୋବାଇଲ ଦୋକାନ ଖୋଲା ଥିବା ଦେଖି ସମ୍ପୃକ୍ତ ଦୋକାନୀଙ୍କୁ ଚେତାବନୀ ଦେବା ସହ ଦୋକାନ ଗୁଡିକୁ ୭ ଦିନ ପାଇଁ ସିଲ କରିଥିଲେ ।ସରକାରଙ୍କ କୋଭିଡ ନିୟମକୁ ଯେଉଁ ବ୍ୟବସାୟୀ ନ ମାନିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର କହିଛନ୍ତି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here